csstore

ଗୁଣ ସାଗର ମାଝୀ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକଙ୍କ ସୁଖର ଦୁଃଖର ସାଥୀ ଓ ଜନ ସାଧାରଣଙ୍କ ସମର୍ଥନ କ୍ରମେ ପୁଣି ଥରେ ସଇଁନ୍ତଲା ବ୍ଳକ କଂଗ୍ରେସ ଦଳର ସଭାପତି ଭାବରେ ଗୁଣ ସାଗର ମାଝୀ ମନୋନୀତ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି ତା‌ଙ୍କ ପାଖକୁ । ତେବେ ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ଶ୍ରୀ ମାଝୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସଂଗଠନ ଆହୁରି ସୁଦୃଢ ହେବ ସଇଁନ୍ତଲା ବ୍ଳକରେ କଂଗ୍ରେସ ବୋଲି ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ନବ ନିଯୁକ୍ତ ବ୍ଲକ ଓ ନଗର କଂଗ୍ରେସ ସଭାପତିବୃନ୍ଦ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ମୁଖପାତ୍ର ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା ସଭାପତି ଦିଲିପ ବେହେରା, ରମେଶ ପୁରୋହିତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.