ଆଜିଠାରୁ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଘରକୁ ଘର ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଘରକୁ ଘର ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଆରମ୍ଭ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏଏନ୍‌ଏମ୍‌, ଆଶା, ଏଡବ୍ଲ୍ୟୁଡବ୍ଲ୍ୟୁ ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଆଜିଠାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ସ୍ୱାସ୍ଥ୍ୟ ପରୀକ୍ଷାକାରୀ ଟିମ୍‌ ଦ୍ୱାରା କୋଭିଡ-୧୯ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବେ । ଏହାଦ୍ୱାରା କୋଭିଡ ଦ୍ରୁତ ସଂକ୍ରମଣକୁ ରୋକାଯାଇ ପାରିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାକାରୀ ଟିମ୍‌କୁ ସଂପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ଅଭିଯାନ ୨୬ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.