ls

ବ୍ୟାଙ୍କ ଲୋନ୍‌ ମାମଲା : ଅନୀଲ ଅମ୍ବାନୀ ବ୍ରିଟେନ୍‌ ଅଦାଲତରେ କହିଲେ, ପରିବାର ଲୋକେ ସମ୍ଭାଳୁଛନ୍ତି ତାଙ୍କ ଖର୍ଚ୍ଚ

2020

ନୂଆଦିଲ୍ଲୀ : ବ୍ୟାଙ୍କ ଲୋନ୍‌ରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତିନୋଟି ଚାଇନା ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ମାମଲାରେ ନିଜ ସଂପତ୍ତିକୁ ନେଇ ବଡ଼ ଧରଣର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ଗତକାଲି ବ୍ରିଟେନ୍‌ର ଏକ ଅଦାଲତରେ ସେ କହିଛନ୍ତି ଯେ, ତାଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ସଂପତ୍ତି ନାହିଁ । ତାଙ୍କର ଖର୍ଚ୍ଚ ବି ବହୁତ କମ୍‌, ଯାହା ତାଙ୍କ ପତ୍ନୀ ଓ ପରିବାର ଲୋକେ ସମ୍ଭାଳୁଛନ୍ତି । ଆୟର କୌଣସି ଅଲଗା ଆଧାର ମଧ୍ୟ ନାହିଁ । ସେ ଅତି ସାଧାରଣ ଜୀବନ ବଂଚୁଛନ୍ତି ଏବଂ ସେ କେବଳ ଗୋଟିଏ କାର୍‌ ବ୍ୟବହାର କରୁଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୦୧୨ରେ ରିଲାୟନ୍ସ କମ୍‌. ତିନୋଟି ଚାଇନା ବ୍ୟାଙ୍କରୁ ୭୦୦ ମିଲିଅନ୍‌ ଡଲାର୍‌ରୁ ଅଧିକ ଋଣ ନେଇଥିଲେ, ଯାହାର ବ୍ୟକ୍ତିଗତ ଗ୍ୟାରେଂଟି ଅନୀଲ ଅମ୍ବାନୀ ମୁଣ୍ଡେଇଥିଲେ । କଂପାନୀ ଏବେ ଦେବାଳିଆ ହୋଇ ସାରିଥିବା ବେଳେ ବ୍ୟାଙ୍କ ସୁଧ ସହ ମୂଳ ଟଙ୍କା ଆଦାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛି । ଋଣ ଦେଇଥିବା ଇଣ୍ଡଷ୍ଟ୍ରିଆଲ୍‌ ଏଣ୍ଡ୍‌ କମର୍ସିଆଲ୍‌ ବ୍ୟାଙ୍କ ଅଫ୍‌ ଚାଇନା ଲିମିଟେଡ଼୍‌ (ମୁମ୍ବାଇ ବ୍ରାଂଚ), ଚାଇନା ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ ଏବଂ ଏକ୍‌ଜିମ୍‌ ବ୍ୟାଙ୍କ ଅଫ୍‌ ଚାଇନା ।
୨୨ ମେ’୨୦୨୦ରେ ଲଣ୍ଡନରେ ହାଇକୋର୍ଟ ଜଜ୍‌ ନାଇଜେଲ୍‌ ଫଇସଲା ଶୁଣାଣୀରେ କହିଛନ୍ତି, ଅନୀଲ ଅମ୍ବାନୀଙ୍କ ଦ୍ୱାରା ୧୨ ଜୁନ୍‌ ପର୍ଯ୍ୟନ୍ତ ସଂପୃକ୍ତ ତିନୋଟି ବ୍ୟାଙ୍କର ୭.୧୭ ମିଲିଅନ୍‌ ଡଲାର୍‌ ପ୍ରଦାନ କରାଯିବ । ତେବେ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ ହୋଇ ନଥିବାରୁ ବ୍ୟାଙ୍କ ପୁଣି ଦାବୀ ବାଢ଼ିଥିଲା ।

Leave A Reply

Your email address will not be published.