ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୫୬ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୯୦୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୮୨୭ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୦୬, ଭଦ୍ରକରୁ ୧୨୪, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪୯, କଟକରୁ ୪୦୯, ଦେବଗଡ଼ାରୁ ୧୪, ଢେଙ୍କାନାଳରୁ ୮୪, ଗଜପତିରୁ ୨୦, ଗଂଜାମରୁ ୬୨, ଜଗତସିଂହପୁରରୁ ୧୭୧, ଯାଜପୁରରୁ ୧୩୬, ଝାରସୁଗୁଡ଼ାରୁ ୧୨୦, କଳାହାଣ୍ଡିରୁ ୭୧, କନ୍ଧମାଳରୁ ୯୧, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୫୫, ଖୋର୍ଦ୍ଧାରୁ ୯୦୨, କୋରାପୁଟରୁ ୮୨, ମାଲକାନଗିରିରୁ ୨୮, ମୟୁରଭଂଜରୁ ୧୫୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୫୧, ନୂଆପଡ଼ାରୁ ୧୭୩, ପୁରୀରୁ ୧୬୮, ରାୟଗଡ଼ାରୁ ୧୨୧, ସମ୍ବଲପୁରରୁ ୮୧, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୧୦୧, ଷ୍ଟେଟ୍‌ ପୁଲ୍‌ ୩୨୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୦୫୪୫୨ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯୧୮୪ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.