ପାନୀୟ ଜଳର ଘୋର ଅଭାବ : ସମସ୍ୟାର ସମାଧାନ ପାଇଁ ଦାବୀ କଲେ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟା ବୃନ୍ଦ

ତୁରେକେଲା, (କୈଳାଶ ସଗ୍ରିଆ) ; ତୁରେକେଲାରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇଛନ୍ତି ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାମାନେ । ଜଳ ହିଁ ଜୀବନ ବୋଲି କୁହାଯାଉଥିବା ବେଳେ ପିଇବା ପାଣି ଟିକିଏ ପାଇଁ ବହୁତ ହଇରାଣ ହେଉଛନ୍ତି ଅଂଚଳବାସୀ । ତେବେ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ତୁରେକେଲାର ସରସ୍ୱତୀ ମହିଳା ଶକ୍ତି ସଭାନେତ୍ରୀ ହୀରାବତି ନାଏକ, ସଂପାଦିକା କିମ୍ବଦନ୍ତୀ ପଣ୍ଡା ତଥା ସଦସ୍ୟାବୃନ୍ଦ, ମାଁ ମଙ୍ଗଳା ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଭାନେତ୍ରୀ ଅଂଜଳି ପଣ୍ଡା, ସଂପାଦିକା ଚନ୍ଦ୍ରମା ନାଏକ ଓ ସଦସ୍ୟା ବୃନ୍ଦ, ମାଁ ସନ୍ତୋଷୀ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଭାନେତ୍ରୀ ଜାହ୍ନବୀ ନାଏକ, ସଂପାଦିକା ଜାହ୍ନବୀ ଝାଙ୍କର ଓ ସଦସ୍ୟାବୃନ୍ଦ, ମାଁ ତ୍ରିବେଣୀ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଭାନେତ୍ରୀ ପଦ୍ମିନୀ ମଲିକ, ସଂପାଦିକା ବୈଦେହୀ ସାହୁ ଏବଂ ସଦସ୍ୟାବୃନ୍ଦ, ଅର୍ଣ୍ଣପୂର୍ଣ୍ଣା ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଭାନେତ୍ରୀ ମମତା ସାହୁ, ସଂପାଦିକା ଆରତୀ ବେହେରା ଓ ସଦସ୍ୟା ବୃନ୍ଦ, ଗାଁର ୱାର୍ଡ ମେମ୍ବର ସଦସ୍ୟା ଚଂପା ବଗର୍ତ୍ତି, ପୂର୍ବତନ ଚେୟାରମେନ୍‌ ପୁରୁଷୋତ୍ତମ ସାହୁ ତଥା ମହେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ନାଏକ, ହେମ ପଣ୍ଡା, ହେମସାଗର ପୁଟେଲ, ଆନନ୍ଦ ସାହୁ, ମୁଟୁ ବେହେରା, ଇଶ୍ୱର ପଣ୍ଡା, ପ୍ରେମା ପଣ୍ଡା, ପରବେଶ୍ୱର ପଣ୍ଡା, ପ୍ରଶାନ୍ତ ନାଏକ ପ୍ରମୁଖ ଦାବୀ ଜଣାଇଛନ୍ତି । ତେବେ ପୂର୍ବରୁ ଅନେକ ଥର ତୁରେକେଲା ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଏକ ଓଭର୍‌ଟ୍ୟାଙ୍କ୍‌ର ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରିଥିଲେ ସୁଦ୍ଧା ଆଜି ଯାଏଁ କେହି କର୍ଣ୍ଣପାତ କରିନଥିବା ବେଳେ ଆଗାମୀ ସମୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ହେଲେ ବିରାଟ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.