ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି ମହଳାଇ ଛକରେ ଟ୍ରାନ୍ସଫର୍ମର : ଚାରିପଟେ ସ୍ଥାୟୀ ବାଡ଼ ଦେବାକୁ ଗ୍ରାମବାସୀଙ୍କ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଛକରେ ଥିବା ଟ୍ରାନ୍ସଫର୍ମର ବିପଦଶଙ୍କୁଳ ଭାବେ ମୁକୁଳା ହୋଇ ପଡ଼ିରହିଛି । ଏହି ଛକ ଦେଇ ତୁଷୁରାରୁ ବଲାଙ୍ଗିର ରାସ୍ତା ପଡୁଥିବାରୁ ଏହି ରାସ୍ତା ଅଞ୍ଚଳର ଜନ ସମାଗମ ଲାଗି ରହେ । ଏହି ମୁକୁଳା ପଡିଥିବା ଟ୍ରାନ୍ସଫର୍ମରରେ ଜନସାଧାରଣଙ୍କ ସହ ଗାଈଗୋରୁ, ଛେଳି ମେଣ୍ଢା ଲାଗିଯିବାର ଆଶଙ୍କା ରହିଛି । ତେଣୁ ଏଠାରେ ସ୍ଥାୟୀ ବାଡ଼ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି ।
ସୂଚନାଯୋଗ୍ୟ ଯେ, କୁଡାସିଂହା ଗାଁ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଟ୍ରାନସଫର୍ମର ମୁକୁଳା ହୋଇ ପଡି ରହିଥିଲା । ଏହାର ଚାରି ପଟେ କୌଣସି ତାର ବାଡ଼ ନଥିବାରୁ ଗାଁର ଜୈନେକ ଚାଷୀଙ୍କ ଗାଈ ଚରିବାକୁ ଯାଇ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା । ପ୍ରକାଶ ଯେ, ଦେଓଗାଁ, ତୁଷୁରା, ଚୁଡାପାଲି ବିଦ୍ୟୁତ ସେକ୍ସନରେ ଥିବା ଟ୍ରାନ୍ସଫର୍ମର ଗୁଡିକ ଅନାବନା ଘାସରେ ପୁରି ରହିଛି । ଟ୍ରାନ୍ସଫର୍ମର ଗୁଡିକୁ ବିଦ୍ୟୁତ ବିଭାଗ ସଫା ସୁତୁରା କରୁ ନ ଥିବାରୁ କେତେବେଳେ ଯେ ବଡଧରଣର ବିପଦ ଆସିବ, ତାହା କହି ହେବନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେଣୁ ମୁକୁଳା ହୋଇ ପଡି ରହିଥିବା ଟ୍ରାନ୍ସଫର୍ମରକୁ ତାର ବାଡ଼ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.