ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଇମ୍ରାନ୍‌ ଖାନ୍‌ଙ୍କ ଭାରତ ଉପରେ ଆରୋପ : ଭାରତର ପ୍ରତିନିଧି ବି ଦେଲେ ଜବାବ୍‌

ନୂଆଦିଲ୍ଲୀ : ଗତକାଲି ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନ୍‌ଜିଏ)ରେ ୭୫ତମ ବୈଠକ ଅବସରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀର ଏବଂ ଆତଙ୍କବାଦ ମାମଲା ଉପରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୈଠକରେ ସମ୍ବୋଧିତ କରିବା ସମୟରେ ଭାରତ ଉପରେ ଆରୋପ ଲଗାଇଥିବା ବେଳେ ଭାରତର ପ୍ରତିନିଧି ଉଚିତ ଜବାବ୍‌ ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିଜର ବକ୍ତବ୍ୟ ରଖିବେ ।
ଇମ୍ରାନ ଖାନ୍‌ ଭାରତ ଉପରେ ମାନବାଧିକାର ହନନ ଏବଂ ସୈନ୍ୟ ମୁତୟନକୁ ନେଇ ଆରୋପ ଲଗାଇଥିବା ବେଳେ ଭାରତ ପକ୍ଷରୁ ଉଚିତ ଜବାବ୍‌ ଦିଆଯାଇଛି । ଭାରତ ପକ୍ଷରୁ ପ୍ରତ୍ୟୁତ୍ତର ଦେବାର ଅଧିକାର (ରାଇଟ୍‌ ଟୁ ରିପ୍ଲାଏ)ର ବ୍ୟବହାର କରାଯାଇ ପାକିସ୍ତାନକୁ ଉତ୍ତର ଦିଆଯାଇଛି ।


ଇମ୍ରାନ୍‌ ଖାନ୍‌ ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଓ ନିଜ ଦେଶରେ ସଂଖ୍ୟାଲଘୁ ସହିତ ଅନ୍ୟ ସଂପ୍ରଦାୟର ମୁସଲ୍‌ମାନ୍‌ଙ୍କ ଉପରେ ଅତ୍ୟାଚାର କରୁଥିବା ଭଳି ଆରୋପ ଆଣିଛନ୍ତି ଭାରତ ବିରୁଦ୍ଧରେ । ଏତିକି ବେଳେ ତୁର୍କୀର ରାଷ୍ଟ୍ରପ୍ରତି ଅର୍ଦୋଆନ ପୁଣି କାଶ୍ମୀର ମାମଲା ସାମ୍ନାକୁ ଆଣି ଭାରତ ଉପରେ ଆପତ୍ତି ଉଠାଇଥିବା ବେଳେ ପାକିସ୍ତାନ ଏହାକୁ ସମର୍ଥନ କରିଥିଲା । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, କାଶ୍ମୀର ମାମଲାରେ ସାଉଦି ଆରବ ଏବଂ ଚୀନ୍‌ ଆମ ସହ ରହିଛି । ଇମ୍ରାନ୍‌ ଖାନ୍‌ କାଶ୍ମୀର ମାମଲା ଉଠାଇ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରର ବିବାଦ ଅନ୍ତରାଷ୍ଟ୍ରୀୟ ବୈଧତା ଆଧାରରେ ସମାଧାନ ନ ହୋଇଛି, ସେତେଦିନ ଯାଏଁ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥାୟୀତ୍ୱ ବଳବତ୍ତର ରହିବ ନାହିଁ । ସୁରକ୍ଷା ପରିଷଦ ଉକ୍ତ ଖତର୍‌ନାକ୍‌ ବିବାଦକୁ ରୋକିବା ଉଚିତ ଏବଂ ନିଜର ପ୍ରସ୍ତାବ ଲାଗୁ କରିବା ନିହାତି ଆବଶ୍ୟକ । ଇମ୍ରାନ୍‌ ଖାନ୍‌ ଆର୍‌ଏସ୍‌ଏସ୍‌କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.