
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଭିନ୍ନ ସ୍କୁଲର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକରୀ ଡା. ରାଧାକାନ୍ତ ଗଡତିଆ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଳତା ଭୋଇ, ସୋନପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର, ସୋନପୁର ଏବିଇଓ ସାନ୍ତାନୁ ଆଚାର୍ଯ୍ୟ, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ ଭଳି ମହତ ଦାନ ଦ୍ୱାରା ମାନବୀୟ ସେବା ଯୋଗଇ ଅନେକ ଆହତ ବ୍ୟକ୍ତିଙ୍କ ଜୀବନ ବଂଚାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କ୍ରମରେ ବିସିସି ଓ ସାଧନକର୍ମୀମାନଙ୍କ ଉଦ୍ୟମରେ ଜିଲ୍ଲାର ପ୍ରାୟ ସମସ୍ତ ସ୍କୁଲର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ପାଳନ ପୂର୍ବକ ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ହାତ ଧୋଇବାର ସଠିକ୍ ପ୍ରଣାଳୀ ଏବଂ ଉପକାରିତା, ସଫଲ, ଗୁଟୁଖା ସୁପାରି ଇତ୍ୟାଦି ସବଷ୍ଟାନସ ଆବ୍ୟୁଜରୁ ଦୂରେଇ ରହିବା, ପ୍ରାଥମିକ ଚିକିତ୍ସା ସେବା ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ସଚେତନ ରହିବାକୁ ବୁଝାଇଯାଇଥିଲା । କାର୍ଯ୍ୟକ୍ରମରେ ସାଧନକର୍ମୀ ଝସକେତନ ମେହେର, ଚନ୍ଦ୍ରମଣି ବାଘ, ହୃଷିକେଶ ଡାଙ୍ଗ, ଶେଷଦେବ ଛତ୍ର, ପ୍ରହଲ୍ଲାଦ ନାୟକ, ଗୋପେଶ ପଣ୍ଡା, ବିଜୟ କୁମାର ପଣ୍ଡା, ତପସ୍ୱିନୀ ଦାଶ, ଜୁନିଅର ରେଡକ୍ରସ ପରାମର୍ଶଦାତା ପବିତ୍ର ବାରିକ, ନିମାଇଂ ମଲ୍ଲୀକ, ଆକୁନ୍ଦ ସାହୁ, ଜୟନ୍ତୀ କେନେଡି, ଖୁଲଣା ପଧାନ, ତରଙ୍ଗିନୀ ମହାପାତ୍ର, ବାସୁଦେବ ବିଶି, କୁମୁଦ କୁମାର ମଟାରୀ, ଆନନ୍ଦ ଦାୟିନୀ ସିଂ, ରବିନ୍ଦ୍ର ନାଥ ଦୀପ, ସଂଗୀତା ପଧାନ, ପ୍ରଜ୍ଞା ମିଶ୍ର, ହୃଷିକେଶ ଚାନ୍ଦ, ସସ୍ମିତା ମିଶ୍ର, ହାରାମାଲୀ ନାଗ, ଦମୟନ୍ତୀ ଜଗଦଲା, ରମେଶ ପଧାନ, ସଦାନନ୍ଦ ନଏକ ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଗୁରୁତ୍ୱ ବିଷୟରେ ଏକଟିଭିଟି ମାଧ୍ୟମରେ ତାଲିମ ଦେଇଥିଲେ । ୨୦୨୨ ବର୍ଷର ଥିମ ‘ୱାଆର ପ୍ଲାନେଟ ୱାଅର ହେଲଥ‘ ଅନୁସାରେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ଅତିଥିଗଣ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ନନ୍ଦ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ରକ୍ଷକ ସାଧନକର୍ମୀ ଗୋପେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସଂପାଦକ ହିମାଂଶୁ ଶେଖର କର, ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ଓ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ୟୁନିଟର ମାନବୀୟ ସେବା କାର୍ଯ୍ୟକୁ ପ୍ରଂସଶା କରିଥିଲେ ।