pakka

୫୦ ବର୍ଷର ସ୍ଵର୍ଣ୍ଣିମ ଇତିହାସ, ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ

bbehera
  • ଆମ ଗାଁ ସ୍କୁଲ ଭଙ୍ଗା ଘରେ ଚକାଜହ୍ନ ସଦୃଶ : ବରପିଟା ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଛି । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ଟି ବସନ୍ତ ଅତିକ୍ରମ କରି ସୁବର୍ଣ୍ଣ ଜୟନ୍ତୀରେ ପଦାର୍ପଣ କରିଛି ଏହି ପ୍ରାଥମିକ ବିଦ୍ୟାଳୟ । କିନ୍ତୁ ୫୦ ବର୍ଷର ଗୌରବମୟ ବିଦ୍ୟାଳୟ ସମସ୍ୟା ଘେରରେ ଜର୍ଜରିତ । ବର୍ତ୍ତମାନ ୨୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଏମାନଙ୍କ ପାଇଁ ଏବେ ମଧ୍ୟ ବ୍ୟବହୃତ ହେଉଛି ସେହି ୫୦ ବର୍ଷ ତଳେ ନିର୍ମିତ ଶ୍ରେଣୀ କଠୋରୀ । ପୁରୁଣା ଶ୍ରେଣୀ କଠୋରୀ ଗତ କିଛି ବର୍ଷ ହେବ ଖପର ବଦଳାଯାଇ ଆଜବେଷ୍ଟସ କରାଯାଇଛି । ଆଜବେଷ୍ଟସ ଭାଙ୍ଗି ପଡିଥିବା ହେତୁ ତାହା ମଧ୍ୟ ଭଙ୍ଗା ଘରେ ଚକାଜହ୍ନ ସଦୃଶ ହୋଇଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଉକ୍ତ ଶ୍ରେଣୀ କଠୋରୀକୁ ବିପଦ ସଂକୁଳ ଘୋଷଣା କରାଯାଇ ଶିକ୍ଷାଦାନ ଦିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ସର୍ବ ଶିକ୍ଷା ଅଭିଯାନରୁ ନିର୍ମାଣ କରାଯାଇଥିବା ଶ୍ରେଣୀ କଠୋରୀରୁ ସିମେଣ୍ଟ ପ୍ଲାଷ୍ଟର ମଧ୍ୟ ଖସିପଡୁଥିବା ଦେଖିବାକୁ ମିଳିଛି । ଏଥିରେ ଗୋଟିଏ କୋଠରୀ ଅଫିସ ଗୃହ କରାଯାଇଥିବା ବେଳେ ଗୋଟିଏ ଶ୍ରେଣୀ କଠୋରୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ୨୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ସାମନାରେ ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଚାରିପଟେ ବାଉଁଶ ବାଡ କରାଯାଇଛି । ତଥାପି ମଣିଷ ଗଢା କାରଖାନା ସ୍କୁଲରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀ ମାନଙ୍କର ପ୍ରଚେଷ୍ଟା, ସ୍କୁଲ ନିର୍ମାଣ ପାଇଁ ଦେଇଥିବା ଭୂମିଦାତା, ବିଶିଷ୍ଟ ସମାଜସେବୀ, ସ୍ବେଚ୍ଛାସେବୀ, କବି, ଚାଷୀ ନେତା ଓ ଗ୍ରାମବାସୀଙ୍କ ସହଯୋଗରେ ଗତ ୨୬/୧୨/୨୦୨୧ ଡିସେମ୍ବର ଦିନ ଏହି ବିଦ୍ୟାଳୟ ପରିସରରେ ପାଳନ କରିଥିଲେ ତା’ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ବିଦ୍ୟାଳୟର ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଆଗାମୀ ଦିନରେ ଏହି ବିଦ୍ୟାଳୟ ତା’ର ସୁନାମ ଅକ୍ଷୂର୍ଣ୍ଣ ରଖିବ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

five × 5 =

error: Content is protected !!