ଦାଦନ ଶ୍ରମିକ ବିଡିଓ ନିଖୋଜ, ସ୍ତ୍ରୀ ଥାନାର ଦ୍ୱାରସ୍ଥ

ନୂଆପଡ଼ା, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମର ଜଣେ ଦାଦନ ଶ୍ରମିକ ଆଜିକୁ ୩ମାସ ହେଲା ନିଖୋଜ ଥିବା ଜଣାପଡିଛି । ଦାଦନ ଶ୍ରମିକ ଗୋର୍ଲା ଗ୍ରାମର ବିଡିଓ ମାଝି (୫୧) ବୋଲି ଜଣାପଡିଥିବା ବେଳେ ତାଙ୍କ ସ୍ତ୍ରୀ ନମତୀ ମାଝି ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନମତୀଙ୍କ ସ୍ୱାମୀ ବିଡିଓ ମାଝି ଆଜିକୁ ୬ ମାସ ତଳେ ବିଜୟଓ୍‌ୱାଡାକୁ କୁଲିମଜୁରି  କାମ କରିବାକୁ ଯାଇଛନ୍ତି । ହେଲେ ଗତ ୩ ମାସ ହେଲା ଘରକୁ ଯୋଗାଯୋଗ କରୁନାହାନ୍ତି । ଗଲା ଦିନ ଠାରୁ ୩ ମାସ ପର୍ୟ୍ୟନ୍ତ ଫୋନରେ ଯୋଗାଯୋଗ କରି ପରିବାର ସହ କଥାବାର୍ତ୍ତା ହେଉଥିଲେ । ହେଲେ ହଟାତ ଆଜିକୁ ୩ ମାସ ହେଲା କୌଣସି ପ୍ରକାରର ଯୋଗାଯୋଗ କରୁନାହାନ୍ତି । ଏନେଇ ନୂଆପଡ଼ା ଜିଲ୍ଲା ଗୋଣ୍ତ ସମାଜ ସଭାପତି ପ୍ରଶନ୍ନ ମାଝି, ଗୋର୍ଲା ସରପଞ୍ଚ ଦିଲିପ କୁମାର ମାଝିଙ୍କ ସହାୟତାରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ତାଙ୍କ ସ୍ତ୍ରୀ ନମତୀ ମାଝି । ଉକ୍ତ ଖବର ଶୁଣି ଜିଲ୍ଲା ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ତିଙ୍କ ନେତୃତ୍ବରେ ଦଳିତ ଅଧିକାର ଟିମ୍‌ ଦାଦନ ଶ୍ରମିକଙ୍କ ଘରେ ପହଞ୍ଚି ନମତୀଙ୍କ ସହ ଆଳୋଚନା କରିଛନ୍ତି । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଲାଇଥିବା ସୁଚନା ମିଲିଛି ।

Leave A Reply

Your email address will not be published.

two × two =