csstore

ବିଷପିଇ ସ୍ତ୍ରୀ ଆତ୍ମହତ୍ୟା : ଅଭିଯୁକ୍ତ ସ୍ୱାମୀ ଗିରଫ

ବିନିକା : ସ୍ଵାମୀ ସ୍ତ୍ରୀଙ୍କ ଝଗଡାରେ ପରେ ସ୍ତ୍ରୀ ବିଷଖାଇ ଆତ୍ମହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବିନିକା ଥାନା ଅନ୍ତର୍ଗତ ବାବୁପାଲି ଗ୍ରାମର ଗୋପାଳ ସେଠ । ସୂଚନା ଯୋଗ୍ୟ ଯେ, ଚଳିତ ମାସ ଗତ ୮ ତାରିଖରେ ଗୋପାଳ ଏବଂ ତାଙ୍କ ସ୍ତ୍ରୀ ଅଙ୍କିତା ସେଠଙ୍କ ମଧ୍ୟରେ କୌଣସି କାରଣ ନେଇ ଝଗଡା ହୋଇଥିଲା। ଏହାକୁ ନେଇ ମାନସିକ ଚାପଗ୍ରସ୍ତରେ ଅଙ୍କିତା ବିଷପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଅଙ୍କିତାଙ୍କ ବାପା ଅମର ସେଠ ବିନିକା ଥାନାରେ ଗତ ୧୪ ତାରିଖରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଉଭୟଙ୍କ ବିବାହକୁ ମାତ୍ର ୨ ବର୍ଷ ହୋଇଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ରହିଥିବାର ଜଣାପଡିଛି।

jayashree
Leave A Reply

Your email address will not be published.