pakka

ନୂତନ ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼. ଅଜୟ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାକୁ ନେଇ ନୂତନ ଅଧ୍ୟକ୍ଷଙ୍କୁ ଏହି କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରାତନ ଛାତ୍ର ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ସାମ୍ୱାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ଶିକ୍ଷକ ଦିଲ୍ଲୀପ କୁମାର ପଲେଇ ଏବଂ ଏହି କଲେଜର ବହୁ ପୁରାତନ ବିଦ୍ୟାର୍ଥୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଏହି ବିଜ୍ଞାନ ମହାବିଦ୍ୟାଳୟ ଆଗକୁ ଯେପରି ସ୍ୱୟଂଚାଳିତ ଭାବେ ଘୋଷିତ ହେବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବା ସାଂଗକୁ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି । ଏହି ମହାବିଦ୍ୟାଳୟର ଅଧିକରୁ ଅଧିକ ଯେପରି ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ଏବଂ ବିବିଧ ଅଭାବ ବୋଧକୁ ପରିପୂରଣ କରାଯାଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ କଲେଜର ନୂତନ ଅଧ୍ୟକ୍ଷଙ୍କୁ ଦୃଷ୍ଟି ଦେବାକୁ ବିଦ୍ୟାର୍ଥୀମାନେ ପରାମର୍ଶ ଦେଇଛନ୍ତି । ଏହି ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଶିକ୍ଷା ବିଷୟ ଭାବରେ ଗୃହ ବିଜ୍ଞାନ, ଶିକ୍ଷା ଏବଂ ଭୂଗୋଳ ଭଳି ନୂତନ ବିଷୟ ଆରମ୍ଭ କରିବା ନେଇ ଆଲୋଚନା କରଯାଇଥିଲା । ଏପରିକି ଶିକ୍ଷାଦାନ ସହିତ ଯେପରି ବିଦ୍ୟାର୍ଥୀମାନଙ୍କୁ ମହାବିଦ୍ୟାଳୟ ମଧ୍ୟରେ ଅଧିକ ସମୟ ଧରି ସାମିଲ କରାଯାଇପାରିବ, ସେଭଳି ପଦକ୍ଷେପ ଗ୍ରହଣ କରିବାକୁ ନୂତନ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂଘର ସମ୍ପାଦକ ସମୀର କୁମାର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ପି. ଧର୍ମା ରେଡି ଓ ସୀମାଞ୍ଚଳ ମହାପାତ୍ର, ପୂର୍ବତନ ଛାତ୍ର ବସନ୍ତ ପଟ୍ଟନାୟକ, ଶିକ୍ଷାବିତ୍‌ ଚିନ୍ମୟାନନ୍ଦ ଦାଶ, ଛତ୍ରପୁର ପ୍ରେସ କ୍ଳବର ଉପ-ସଭାପତି ସନ୍ତୋଷ କୁମାର ମିଶ୍ର, କ୍ଷୀରୋଦ ଚନ୍ଦ୍ର ସାହୁ, ବିସ୍ମୟ ପ୍ରଧାନଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

twenty + five =