pakka

ମୁରିବାହାଲରେ ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମିଙ୍କ ଯୋଗଦାନ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମି ଆଜି ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । କାରତ୍ତାମି ଏହା ପୂର୍ବରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ରୂପେ କାର୍ଯ୍ୟରତ ଥିଲେ । ମୁରିବାହାଲରେ ତହସିଲଦାର ଥିବା ତଥା ଅବସର ଗ୍ରହଣକୁ ମାତ୍ର ୩ ମାସ ବାକିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଆୟୁବ ମଣ୍ଡଳଙ୍କୁ ୪ ମାସ ମଧ୍ୟରେ ଏଠାରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ରୂପେ ବଦଳି ହୋଇଛି । କାର୍ଯ୍ୟରେ ଯୋଗଦାନ ପରେ କାର୍ଯ୍ୟାଳୟରେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଥିବା ସତ୍ତ୍ୱେ ଲୋକଙ୍କ ରାଜସ୍ୱ ତଥା ଜମିଜମା ସମସ୍ୟାର ସମାଧାନ କରି ଅଞ୍ଚଳର ଉନ୍ନତି ପାଇଁ ସର୍ବଦା ପ୍ରୟାସ ଜାରି ରଖିବି ବୋଲି କାରତ୍ତାମି ପ୍ରକାଶ କରିଛନ୍ତି । କାରତ୍ତାମି ଯୋଗଦାନ ପରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ତହସିଲର ସମସ୍ତ କର୍ମଚାରୀ, ସମସ୍ତ ରାଜସ୍ୱ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ପ୍ରମୁଖଙ୍କ ସହ କାର୍ଯ୍ୟାଳୟର ସମସ୍ତ ବିଭାଗ ବୁଲି ଦେଖିବା ସହ ବିସ୍ତୃତ ରୂପେ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

11 − 4 =