pakka

ଶୋକ ସଭାରେ ସାଥୀକୁ ଝୁରିଲେ ସାଥୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରକୃତ ସାଥୀ କେବେ ସାଥୀକୁ ଭୁଲେ ନାହିଁ । ସାଥୀ ସବୁ ବେଳେ ସାଥୀ ହୃଦୟରେ ଚିରକାଳ ରହିଥାଏ । ସ୍ଥାନୀୟ ବେରବୋଇ ଗ୍ରାମ ପଞ୍ଚାୟତ ଅଧୀନ ଆୟୁତନଡୁଆ ଗାଁର ଜଣାଶୁଣା ଟିଭି ମେକାନିକ୍ ତଥା ଜଣେ ମେଳାପି ଯୁବକ ସନ୍ତୋଷ କୁମାର ଦାଶଙ୍କ ଅକାଳ ବିୟୋଗରେ ବେରବୋଇ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚର ସାଥୀମାନଙ୍କ ଦ୍ୱାରା ଆୟୋଜିତ ଶୋକସଭାରୁ ଏହା ଜଳ ଜଳ ଜଣା ପଡୁଥିଲା । ସାଥୀ ସୁରେଶ ମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ସାଙ୍ଗମାନେ ଏକାଠି ହୋଇ ତାଙ୍କ ଦଶାହରେ ଶୋକାତୁରା ପତ୍ନୀ ରଶ୍ମିତା ଓ ଏକମାତ୍ର ପୁତ୍ର ସୁଧାଂଶୁକୁ ଭେଟି ଗଭୀର ସମବେଦନା ଜଣାଇ ମିଳିମିଶି ଏକ ଶୋକସଭାର ଆୟୋଜନ କରିଥିଲେ । ସାଥୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଂଯୋଜନାରେ ଶୋକସଭା ପରିଚାଳିତ ହୋଇଥିଲା । ଭୁବନେଶ୍ୱର କାନାଡା ବ୍ୟାଙ୍କର ମୁଖ୍ୟ ବରିଷ୍ଠ ପ୍ରବନ୍ଧକ ସ୍ୱର୍ଗତ ସନ୍ତୋଷଙ୍କ ବାଲ୍ୟ ସାଥୀ ଅଶୋକ କୁମାର ବାରିକଙ୍କ ଆଖି ଛଳ ଲୋତକପୂର୍ଣ୍ଣ ନୟନ ଯୁଗଳରେ ଆବେଗପୂର୍ଣ୍ଣ ହୃଦୟରୁ ଅତୀତର ଅଭୁଲା ଅନୁଭୁତି ବ୍ୟକ୍ତ କଲା ବେଳେ ସମଗ୍ର ପରିବେଶ ଶୋକମୟ ହୋଇଉଠିଥିଲା । ଏଥିରେ ସାଥୀ ସୁରେଶ ମନ୍ତ୍ରୀ, ପବିତ୍ର ସାହୁ, ସତ୍ୟନାରାୟଣ ସାହୁ, ଜିତେନ୍ଦ୍ର ପ୍ରଧାନ, ମାନସ ଦାଶ, ଭିକ୍ଷାରୀ ବେହେରା, ବିରେନ୍ଦ୍ର ପ୍ରଧାନ, ନବ ସାହୁ, ସୁଶାନ୍ତ ସାହୁ, ଅଭୟ ସାହୁ, ଦିଲୁ ସ୍ୱାଇଁ, ସ୍ୱର୍ଗତ ଦାଶଙ୍କ ଝିଆରୀ ମେଧାବୀ ଛାତ୍ରୀ ପୂର୍ବୀ ପଲ୍ଲବୀ ଦାଶ, ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ଦାଶ, ହାଲୁ ଦାଶ, ସ୍ଥାନୀୟ ବାସିନ୍ଦା ଓ ଜ୍ଞାତି ପରିଜନ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରି ସେହି ଆତ୍ମାର ସଦ୍‌ଗତି କାମନା କରିଥିଲେ । ସାଥୀ ଗୋପାଳ, ବିରଞ୍ଚି, ବିଜୟ, ଅନନ୍ତ, ସୁରେନ୍ଦ୍ର, ସନ୍ଦୀପ, ଦୀପକ, କୁନା, ଭାଗୀ ମହାକୁଡ଼ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପାଇଁ ସହଯୋଗର ହାତ ବଢ଼ାଇଥିଲେ । ସାଥୀମାନଙ୍କ କୋହଭରା କଣ୍ଠର କଥା ଗ୍ରାମବାସୀ ବୃନ୍ଦ ଶୁଣି ନିସ୍ତବ୍ଧ ହୋଇଗଲେ । ସାଥୀମାନେ ମଧ୍ୟ ମିଳିମିଶି କିଛି ଅର୍ଥ ସଂଗ୍ରହ କରି ପତ୍ନୀଙ୍କୁ ପ୍ରଦାନ କରି ସାନ୍ତ୍ଵନା ଦେଇଥିଲେ । ପ୍ରକାଶ ଥାଉ କି ଜଣେ ଭଲ ଟିଭି ମେକାନିକ୍ ଓ ସହଯୋଗୀ ମେଳାପି ଯୁବକ ଭାବେ ସ୍ଥାନୀୟ ଅଞ୍ଚଳରେ ସ୍ୱର୍ଗତ ଦାଶ ବେଶ ଆଦରଣୀୟ ଥିଲେ । ସାଥୀମାନଙ୍କ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

2 × 4 =