pakka

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୨୪ ନିର୍ବାଚନ ପରେ ଗଠିତ ବଲାଙ୍ଗିର ନାଗରିକ କମିିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଉନ୍ନତି କଳ୍ପେ ନାଗରିକ କମିଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କମିଟିର ଜଣେ ଲେଖାଏଁ ସଦସ୍ୟଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟଙ୍କୁ ନେଇ ୨୦ ଜଣିଆ ୧୦ଟି ଦଳ ଗଠନ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା । ପୁଣି ବିଭିନ୍ନ ସମସ୍ୟା ଉପରେ ସମାଧାନ ଆଣିବା ତଥା ଗଠନମୂଳକ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କ କର୍ତ୍ତୃତ୍ୱରେ ୧୪ଟି ସବ୍‌ କମିଟି ଗଠନର ନିଷ୍ପତ୍ତି ନିଆଯାଇଥିଲା । ନିର୍ଦ୍ଧାରଣ କରାଯାଇଥିଲା ଯେ ପ୍ରତ୍ୟେକ ସବ୍‌ କମିଟିରେ କନଭେନରମାନେ ଅନ୍ୟୁନ ୪ଜଣ ସଦସ୍ୟ ଗ୍ରହଣ କରିବେ । ପରିବେଶ ସୁରକ୍ଷା, ନିଶା ନିବାରଣ, ବୃକ୍ଷ ରୋପଣ ଇତ୍ୟାଦି ଉପରେ ଗୁରୁତ୍ୱରୋପ କରିବା ପୂର୍ବକ ପରବର୍ତ୍ତି ସମୟରେ ଏହା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯେଉଁ ସଦସ୍ୟମାନେ ବାର୍ଷିକ ଦେୟ ପଇଠ ନ କରି ସଭ୍ୟପଦରୁ ବଂଚିତ ହୋଇଛନ୍ତି ନିର୍ଦ୍ଧାରିତ ଫି ପଇଠ କରି ୩୧.୦୩.୨୦୨୪ ସୁଦ୍ଧା ସେମାନଙ୍କ ସଭ୍ୟପଦ ନବିକରଣ କରିପାରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ପରେ କାର୍ଯ୍ୟକାରୀ କମିଟି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ସାକ୍ଷାତ କରିଥିଲେ । ବଲାଙ୍ଗିର ଉନ୍ନତି କଳ୍ପେ ନାଗରିକ କମିଟି କରିଆସିଥିବା ଓ କରିବାକୁ ଥିବା ବିଭିନ୍ନ ଗଠନମୂଳକ କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟକାରୀ କମିଟି ଜିଲ୍ଲପାଳଙ୍କୁ ଅବଗତ କରାଇଥିଲେ । ନାଗରିକ କମିଟି ତଥା କାର୍ଯ୍ୟକାରୀ କମିଟିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ରହିଥିବାର ଜାଣି ଜିଲ୍ଲାପାଳ ଆନନ୍ଦବ୍ୟକ୍ତ କରିଥିଲେ ଓ ଆବଶ୍ୟକ ସ୍ଥଳେ ସହଯୋଗ କରିବା ପାଇଁ ନିଜ ତରଫରୁ ଘୋଷଣା କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସମେତ, ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, ସଂପାଦକ ମଧୁସୁଦନ ନାୟକ, ଯୁଗ୍ମ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, କୋଷାଧ୍ୟକ୍ଷ ଗଜେନ୍ଦ୍ର ତ୍ରିଭୁନଦାଶ ଭମର, କାର୍ଯ୍ୟକାରୀ କମିଟିର ସଦସ୍ୟ ଶରତ କୁମାର ମହାକୁର, ପ୍ରଦୀପ ସାହୁ, ଋତୁରାଜ ସିଂ, ବିନୟ କୁମାର ମିଶ୍ର, ପ୍ରଫେସର ତରୁଣ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ଡ. ପ୍ରମୋଦ କୁମାର ମିଶ୍ର, ବିନୋଦ ବିହାରୀ ପାଣିଗ୍ରାହୀ, ଗୌର ଚନ୍ଦ୍ର ପୁରୋହିତ, ଧର୍ମବ୍ରତ ରଥ ଓ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

2 × three =