om academy

କ୍ୟାବିନେଟ୍ ନିଷ୍ପତ୍ତିକୁ ଆଲୁମିନିର ସ୍ୱାଗତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଜମି ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ନିଷ୍ପତ୍ତିକୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଭାପତି ପ୍ରଭାସ ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ଭାବନୀ ଶତପଥୀ ସ୍ୱାଗତ କରିଛନ୍ତି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ ଏକର ୪୩୭ ଡିସିମିଲ ଜମି ବିଶ୍ଵବିଦ୍ୟାଳୟକୁ ବିନା ମୂଲ୍ୟରେ ଲିଜରେ ଦେବାକୁ ନିଷ୍ପତ୍ତି ନେଇଥିବାରୁ ଅବଶିଷ୍ଟ ଆବଶ୍ୟକ ୫୦ ଏକର ଯଥାଶୀଘ୍ର ଦେବାର ବ୍ୟବସ୍ଥା କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କ୍ୟାମ୍ପସରୁ ତୁରନ୍ତ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଆଲୁମିନି ପକ୍ଷରୁ ଦାବୀ ହୋଇଛି ।

Leave A Reply

Your email address will not be published.