pakka

ସ୍ୱାଧୀନତା ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ରେ ବଡ଼ ଧୂମ୍‌ଧାମରେ ପାଳିତ ହୋଇଯାଇଛି ଛ’ସ୍ତରୀତମ ସ୍ୱାଧୀନତା ଦିବସ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସଭାପତି, ସମ୍ପାଦକ, କର୍ମକର୍ତ୍ତା ଏବଂ ମୋ ସ୍କୁଲ ଅଭିଯାନର ସଭାପତି ଓ ସଦସ୍ୟଙ୍କ ସହିତ, ଅତି ଆନନ୍ଦ ଉଲ୍ଲାସରେ ପାଳିଛନ୍ତି ଆଜାଦୀର ଅମୃତ ମହୋତ୍ସବ । ଏହି ଅବସରରେ ବିଦ୍ୟାଳୟ ପରିସରରୁ ଏକ ରାଲି ବାହାରି ସେକ୍ଟର – ୬ର ବିଭିନ୍ନ ବ୍ଲକ ପରିକ୍ରମା କରି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇ ଜନସାଧାରଣଙ୍କୁ ସଚେତନ କରିବା ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ପତାକା ଉତ୍ତୋଳନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ ଓ ମିଷ୍ଟାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମ ସମାପିତ ହୋଇଥିଲା ।

jay balangir
Leave A Reply

Your email address will not be published.

2 × 2 =

error: Content is protected !!