pakka

ତୁର୍ଲ୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗର ଚଢ଼ାଉ : ୨୫୫ ଲିଟର ଦେଶୀ ମଦ ଜବତ, ୩ ଗିରଫ

bbehera

ପାଟଣାଗଡ଼, (ସଦାଶିବ ସରାଫ) : ତୁର୍ଲ୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ୨୫୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲ୍ଲାଗାରେ ଚଢ଼ାଉ କରି ଶୋଭକର ବରିହାଙ୍କଠାରୁ ୮୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ବେଳେ ସେହି ଗାଁରୁ ଅନ୍ୟ ଦୁଇ ଜଣ ଅନଙ୍ଗ ବରିହା ଓ ଗୁଣ ସାଗର ବରିହାଙ୍କଠାରୁ ୯୦ ଲିଟର ଓ ୮୫ ଲିଟର ଦେଶୀ ମଦ ଜବତ କରି ଉକ୍ତ ୩ ଜଣଙ୍କ ଠାରୁ ୯ ଗୋଟି ଗଞ୍ଜ, ୪ଟି ପ୍ଲାଷ୍ଟିକ ଜାର ସହ ମଦ ଭର୍ତ୍ତି ଏକ ଟିଉବ ଜବତ କରାଯାଇଛି ବୋଲି ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ପାଟଣାଗଡ଼ ଅଞ୍ଚଳରେ ଦିନକୁ ଦିନ ଦେଶୀ ରନ୍‌ନ୍ଧା ମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଧରପଗଡ଼ ଚାଲିଥିଲେ ସୁଦ୍ଧା ମଦ ମାଫିଆ ମାନେ ତାଙ୍କର ରାଜ ଚଳାଇଛନ୍ତି । ତେଣୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଏହି ଚଢାଉ ସମୟରେ ପାଟଣାଗଡ଼ ଅବକାରୀ ବିଭାଗର ଅଜିତ ସାହୁ, ବୁଲୁ ସେଠୀ, ଗୁଣମତି ମାଝୀ, ଦୁଲେଶ୍ୱର କୁମୁରା ଓ କଣ୍ଟାବାଞ୍ଜିର ଅଧିକାରୀ ବଳରାମ ପ୍ରଧାନ ସହାୟତା କରିଥିଲେ ।

jay balangir
Leave A Reply

Your email address will not be published.

sixteen − 1 =

error: Content is protected !!