ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର : ଦୁଇ ସପ୍ତାହ ସଟ୍‌ ଡାଉନ୍‌ ସହ ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି ସଶକ୍ତ କରାଯାଉ – କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସପ୍ତାହ ହେବ ଜିଲ୍ଲାରେ କରୋନା ମହାମାରୀ କରାଳ ରୂପ ଗ୍ରହଣ କରିଛି । ପ୍ରତିଦିନ କେହି ନା କେହି ମୃତ୍ୟୁବରଣ କରୁଛନ୍ତି । ଅପର ପକ୍ଷରେ କରୋନା ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ଏପରିକି ସଂକ୍ରମିତ ରୋଗୀଙ୍କ ପାଇଁ ଅତ୍ୟାବଶକୀୟ ଉପକରଣ, ପରୀକ୍ଷା କିଟ୍‌ ଓ ସେବା ପ୍ରଦାନକାରୀ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଅଭାବ ଜିଲ୍ଲାର ସମସ୍ୟାକୁ ଦ୍ୱିଗୁଣିତ କରିଛି । ତେବେ ଏଭଳି ଅବସ୍ଥାରେ ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି ସଶକ୍ତ କରିବାକୁ ହେଲେ ଆବଶ୍ୟକୀୟ ଉପକରଣ ଓ କର୍ମଚାରୀ ଯଥାଶୀଘ୍ର ପୂରଣ କରାଯିବା ସହ କରୋନା ସଂକ୍ରମଣକୁ ଶୃଙ୍ଖଳିତ କରିବା ପାଇଁ ଅନ୍ତତଃ ଦୁଇ ସପ୍ତାହ ଜିଲ୍ଲାକୁ ସଟ୍‌ ଡାଉନ୍‌ କରାଯାଉ । ଆଜି ବଲାଙ୍ଗିର ନଗର କଂଗ୍ରେସ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଏ ସଂକ୍ରାନ୍ତୀୟ ଏକ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି ।


ଆଜି ଦିନ ଏଗାରଟା ସମୟରେ ବଲାଙ୍ଗିର ନଗର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀଙ୍କୁ ଦେଖା କରି ଉପରୋକ୍ତ ବିଷୟରେ ସବିଶେଷ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ଉକ୍ତ ଦାବୀପତ୍ରରେ ଜିଲ୍ଲାରେ କରୋନା ନିୟନ୍ତ୍ରଣ କରିବା ନେଇ ବିଭିନ୍ନ ବିହିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଦାବୀ କରାଯାଇଛି । ସରକାର ଯଦି ଏହି ଦାବୀଗୁଡିକ ପ୍ରତି ଅଣଦେଖା କରନ୍ତି, କଂଗ୍ରେସ ଦଳ ଆଗାମୀ ଦିନରେ ସାରା ଜିଲ୍ଲାରେ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଦଳ ତରଫରୁ କୁହାଯାଇଛି ।
ଏହି ଅବସରରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଉପ ସଭାପତି ମନୀଷ ମିଶ୍ର, ସେବା ଦଳ ମୁଖ୍ୟ ଅସିତ ମିଶ୍ର, ଅଜୟ ବାଲି, ସାନନ୍ଦ ମିଶ୍ର, ଚନ୍ଦ୍ରମଣି ତ୍ରିପାଠୀ, ଚିଣ୍ଟୁ ପଣ୍ଡା, ଜୟ ନାରାୟଣ ବହିଦାର, ଅସୀମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.