pakka

ବନସ୍ତର ସୁରକ୍ଷାରେ ଗଜରାଜଙ୍କ ସୁରକ୍ଷା : ହୃଷୀକେଶ ପାଢୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ହାତୀ ଦିବସ ପାଳନ ଅବସରରେ ଘଞ୍ଚ ଜଙ୍ଗଲ ସୃଷ୍ଟି ଦିଗରେ ତଥା ବନସ୍ତର ସୁରକ୍ଷାରେ ଗଜରାଜଙ୍କ ସୁରକ୍ଷା ବୋଲି ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ମତ ରଖି କହିଛନ୍ତି- ‘ବର୍ତ୍ତମାନ ସଂକଟରେ ଗଜରାଜ । ଜଙ୍ଗଲ ପଦା ହେବାରୁ ଗଜରାଜ(ହାତୀ) ଆଜି ଜନବସତି ମୁହାଁ । ସେମାନଙ୍କର ବାସସ୍ଥାନ ନଷ୍ଟ ହେଉଛି । ଖାଦ୍ୟାନ୍ୱେଷଣରେ ସେମାନେ ଫସଲ ନଷ୍ଟ କରୁଛନ୍ତି । ରେଳ ଲାଇନ ପାର ହେବା ସମୟରେ ରେଳରେ କଟି ସେମାନଙ୍କର ମୃତ୍ୟୁ ହେଉଛି । ବହୁମୂଲ୍ୟ ହାତୀଦାନ୍ତ ବିକ୍ରି କରିବା ପାଇଁ ଶିକାରୀମାନେ ସେମାନଙ୍କୁ ଶିକାର କରୁଛନ୍ତି ଯାହାକି ଘୋର ଦୁଃଖଦ ତଥା ପରିବେଶ ସୁରକ୍ଷା ପ୍ରତି ଘୋର ବିପଦ । ଯଦି ଏହି ଧାରା ଲାଗିରହେ ଆମର ଆଗାମୀ ଵଂଶଧରମାନେ କେବଳ ମ୍ୟୁଜିୟମରେ ହିଁ ଏହି ବିଶାଳକାୟ ଜୀବକୁ ଦେଖିବାକୁ ପାଇବେ ଯାହାକି ଆମପାଇଁ ଶୁଭଙ୍କର ନୁହେଁ । ଏହାକୁ ଦୃଷ୍ଟିରେ ରଖି ୨୦୧୧ ଅଗଷ୍ଟ ୧୨ରେ କାନାଡ଼ାର ଚିତ୍ରନିର୍ମାତା ପାଟ୍ରିସିଆ ସିମ୍ସ, ମାଇକେଲ କ୍ଲାର୍କ ଗଜରାଜଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ହାତୀ ଦିବସ’ ପାଳନର ପରିକଳ୍ପନା କରିଥିଲେ । ସେହିଦିନଠାରୁ ବିଶ୍ୱରେ ‘ହାତୀ ଦିବସ’ ପାଳନ କରାହୋଇ ଆସୁଥିଲେ ହେଁ ଏହାକୁ କାଗଜ କଲମରେ ସୀମିତ ନ ରଖି ଜଙ୍ଗଲ ହିଁ ଗଜରାଜଙ୍କ ସୁରକ୍ଷା ଆବାସସ୍ଥଳ ହୋଇଥିବାରୁ ବହୁଳ ଜଙ୍ଗଲ ସୃଷ୍ଟି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଉଦ୍ୟମ ହେବା ଜରୁରୀ ବୋଲି ଶ୍ରୀଯୁକ୍ତ ପାଢ଼ୀ ଅପିଲ କରିଛନ୍ତି ।

Leave A Reply

Your email address will not be published.

5 × five =