csstore

ବଙ୍ଗୋମୁଣ୍ଡାଠାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ନାଥ ଶବର, ମୁଖ୍ୟ ବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼ଃ ନାରାୟଣ ମିଶ୍ର, ସମ୍ମାନୀୟ ଅତିଥି ଭାବେ ହରିରାମ ସତନାମୀ, ଭଜମନ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ବ୍ଲକସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଏଥିରେ ତିବ୍ରରାଜ ମେହେର, ଜ୍ୟୋର୍ତିମୟୀ ନାୟକ, ହରିପ୍ରିୟା ମହାନନ୍ଦ, ସୁରଭି ରଣା, ଚନ୍ଦ୍ରିକା ଯାନୀ, ପରମେଶ୍ୱର ମେହେର, ସିଦ୍ଧେଶ୍ୱର ବାରିକ, ଚୈତନ୍ୟ ମହାନନ୍ଦ, ଜୟଦୀପ ତାଣ୍ଡିଆ, ଯୁଧିଷ୍ଠିର ନାଗ, କୃଷ୍ଣଚନ୍ଦ୍ର ଜେନା, ମିନିକେତନ ମାଝୀ, ଲକ୍ଷ୍ମଣ କୁମାର ବାରିକ, ରୋହିତ ରଣା, ହରେକୃଷ୍ଣ ତାଣ୍ଡି, ବବିତା ସାହୁ, ଡୋଳାମଣି ରଣା, ଇନ୍ଦ୍ର ଭୋଇ, ମେନକା ପୁଟେଲ, ରିତା ବଂଶଲ ପ୍ରମୁଖଙ୍କ ସହ ବହୁ ଶିକ୍ଷକମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.