csstore

କପିଲାଭଟାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଶୁର୍ଲା କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହରପ୍ରସାଦ ମାଝୀଙ୍କ ସଂଯୋଜନାରେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ, ମୁଖ୍ୟବକ୍ତା ଭାବେ ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭବାନୀଶଙ୍କର ଭୋଇ, ସମ୍ମାନୀୟ ଅତିଥି ଭାବେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନୀଳମଣି ବିଶି, ଏଆଇଏଫ୍‌ ବ୍ଲକ ସଂଯୋଜକ ସୁଧାଂଶୁ ବାବୁ, ସାମ୍ବାଦିକ ହୁଲେଶ୍ୱର ହଂସ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରୀତା ହଂସ, ବଳଧା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଟଙ୍କେଶ୍ୱରୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଶିଶୁ ପ୍ରତିଭାକୁ ଲୋକ ଲୋଚନକୁ ଅଣା ଯାଉଥିବାରୁ ପ୍ରଶଂସା କରାଯାଇଥିଲା । ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ । ପିଲାଙ୍କ ମଧ୍ୟରେ ବକ୍ତୃତା, ସୃଜନାତ୍ମକ ଲିଖନ, ସାଧାରଣ ଜ୍ଞାନ, ସଙ୍ଗୀତ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ଦଳଗତ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନେତ୍ରା ନନ୍ଦ ପଧାନ, ଗଣେଶ୍ୱର ପ୍ରଧାନ, ରଶ୍ମିରେଖା ମେହେର, ସନ୍ତୋଷ କୁମାର ଦାଶ, ଭୀଷ୍ମ ଶଙ୍କର ଭୋଇ, ଏଆଇଭି ଜୟନ୍ତୀଲାଲ ହଂସଙ୍କ ସହ ବହୁ ଶିକ୍ଷକମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.