oom

ଠକ ତ ସୁପର ଠକ : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବି ଛାଡିଲାନି

jsmm

ଲୋଇସିଂହା : ଠକ ତ ସୁପର ଠକ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବି ଛାଡ଼ିବାରେ ପଛାଇଲାନି । ଶେଷରେ ତାଙ୍କ ଲେଟର ପ୍ୟାଡ଼୍‌ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଠକିଥିଲା । ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରାଇ ଦେବା, ଚାକିରି ନିୟମିତ ଓ ବଦଳି କରିଦେବାର ପ୍ରଲୋଭନ ଦେଖାଇ ୩ ବ୍ୟକ୍ତିଙ୍କଠାରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ଏହି ଘଟଣାକୁ ନେଇ ଯେତେବେଳେ ଲୋଇସିଂହା ପୋଲିସ ଖବର ପାଇଥିଲା ନିଜ ତରଫରୁ ଏକ ମାମଲା ରୁଜୁକରି କାରବାରରେ ସଂପୃକ୍ତ ବଲାଙ୍ଗିର ଜିଲା ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲେଟର ପ୍ୟାଡ଼୍‌ ବ୍ୟବହାର କରି ଠକିଥିବା ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଜଣକ ଆଗଲପୁର ବ୍ଲକ୍ ନଅଗାଁ(ଖ) ପଞ୍ଚାୟତ ଦାସପାଲି ଗ୍ରାମର ଜିତେନ୍ଦ୍ର ଦାସ ଓରଫ ଜିତୁ(୨୪)ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ବରଗଡ଼ରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ବଲାଙ୍ଗିର ବିଚାରବିବାଗୀୟ ହାଜତକୁ ପଠାଇଦିଆଯାଇଥିବା ନେଇ ନେଇ ଜଣାପଡ଼ିଛି ।

jittmm
Leave A Reply

Your email address will not be published.