om academy

ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟ କାର୍ଯ୍ୟକ୍ରମର ସୁପରିଚାଳନା

jsm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମୟାବର୍ହାର ପ୍ରଧାନ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷକ ବୃନ୍ଦ ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣୀୟ କାର୍ଯ୍ୟକ୍ରମର ସୁପରିଚାଳନା କରିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ପିଲାମାନଙ୍କ ପାଇଁ ଆଗୁଆ ଗ୍ରୀଷ୍ମ ଛୁଟି ପ୍ରଦାନ କରିଥିଲେ । ସରକାରଙ୍କ ନିର୍ଦ୍ଦେଶିକା ଅନୁସାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ସହକାରୀ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ ରୋଷ୍ଟର ଡ୍ୟୁଟି ଅନୁସାରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ସଂଶୟ ଦୂର କରୁଥିଲେ । ବିଭିନ୍ନ ଆକଟିଭିଟି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କିଭଳି ଛୁଟି ସମୟରେ ମଧ୍ୟ ପାଠପଢ଼ା ପ୍ରତି ମନୋନିବେଶ କରିବେ ଓ ଭଲ ପାଠ ଉଦ୍ଦେଶ୍ୟରେ କର୍ମତତ୍ପର ରହିବେ ସେ ବିଷୟରେ ଘରକୁ ଘର ବୁଲି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଥିବା ହୋଲିଡେ ହୋମ୍ ୱାର୍କର ଯାଞ୍ଚ କରିଥିଲେ । ଏଥିସହିତ ଶିକ୍ଷା ବିଭାଗ ଦ୍ଵାରା ଉପଲବ୍ଧ ହୋଇଥିବା ହେଲ୍ପ ଡେସ୍କର ସହାୟତା ନେବାକୁ ମାର୍ଗ ଦର୍ଶନ କରିଥିଲେ । ସ୍କୁଲ ତରଫରୁ ଭର୍ଚୁଆଲ ମୋଡରେ ମଧ୍ୟ ପିଲାମାନଙ୍କ ସଂଶୟ ଦୂର କରାଯାଉଛି । ସ୍କୁଲ ଖୋଲିଲେ କିଭଳି ଛାତ୍ରଛାତ୍ରୀମାନଙ୍କ ଶତ ପ୍ରତିଶତ ଉପସ୍ଥାନ ରହିବ ସେ ବିଷୟରେ ଅଣୁ ସ୍ତରୀୟ ଯୋଜନା କରାଯାଇଛି ।

Leave A Reply

Your email address will not be published.

5 × 2 =