pakka

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

bbehera
  • ବିଭିନ୍ନ ୨୬୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
  • ତୁରନ୍ତ ସମାଧାନ ହେଲା ବିଭିନ୍ନ ୨୪୭ ଗୋଟି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୬୯ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୫୮ ଗୋଟି ଓ ସାମୁହିକ ଦରଖାସ୍ତ ୧୧ ଗୋଟି ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ୨୬୯ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୨୪୭ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୨ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବିଡିଓ, ଉଲୁଣ୍ଡା ହେମସାଗର ଭୋଇଙ୍କ ତତ୍ୱାବଧାନରେ ଆଜି ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ, ଡି.ଆର୍‌.ଡି.ଏ ଡୋଳାମଣି ପଟେଲ, ଉପ ଜିଲ୍ଲାପାଳ, ବୀରମହାରାଜପୁର ଅଶୋକ ଭୋଇ, ବ୍ଲକ ଅଧ୍ୟକ୍ଷ ଉଲୁଣ୍ଡା ଶ୍ରୀମତୀ ଶାନ୍ତିଲତା ମିଶ୍ର, ବ୍ଲକ ଉପାଧକ୍ଷ ସଂଜୀବ ଦେହୁରୀ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାର ହସ୍ତତନ୍ତ ବସ୍ତ୍ରର ଚାହିଦାକୁ ବୃଦ୍ଧି ସହ ସୁଦୂର ପ୍ରସାରି କରିବା ତଥା ଜିଲ୍ଲାରେ ଥିବା ବୁଣାକାର ଗୋଷ୍ଠୀଙ୍କ ଆର୍ଥିକ ଉନ୍ନତିରେ ସୁଧାର ଆଣିବା ଲକ୍ଷ୍ୟରେ ଜିଲ୍ଲାପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି ଯୁଗ୍ମ ଜନଶୁଣାଣି ଶିବିରରେ ଯୋଗଦାନ କରିଥିବା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ । ଏଣୁ ଏଣିକି ଜିଲ୍ଲାରେ ହେବାକୁ ଥିବା ପ୍ରତ୍ୟେକ ଯୁଗ୍ମ ଜନ ଶୁଣାଣି ଶିବିରରେ ଅଧିକାରୀ ତଥା କର୍ମଚାରୀ ବୃନ୍ଦ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଇଛି ।

jay balangir
Leave A Reply

Your email address will not be published.

six − 3 =