pakka

ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମୀୟର ଲିଗ୍ : ବୋଡାସମ୍ବର ଏଫ୍‌ସି ଚମ୍ପିୟାନ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚତୁର୍ଥ ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମୀୟର ଲିଗ୍ ଫୁଟ୍‌ବଲ୍‌ ପଦ୍ମପୁରର ବୋଡାସମ୍ବର ଏଫ୍‌ସି ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପଦ୍ମପୁର ଦଳ ବରପାଲି ଦଳକୁ ୨- ୦ ଗୋଲରେ ହରାଇ ଚାମ୍ପିଅନ ହୋଇଛନ୍ତି । ବର୍ଷାରେ ବାଧାପ୍ରାପ୍ତ ମ୍ୟାଚ୍‌କୁ ୪୦-୪୦ ମିନିଟର କରାଯାଇଥିବା ବେଳେ ଆରମ୍ଭରୁ ପଦ୍ମପୁର ଦଳ ବରପାଲି ଉପରେ ଘନ ଘନ ଆକ୍ରମଣ କରି ପ୍ରଥମାର୍ଦ୍ଧ ଯାଏଁ ୨-୦ ଗୋଲରେ ଆଗୁଆ ଥିଲା ।ଆଜିର ଖେଳକୁ ଫାଓ ରେଫରି ସୁବ୍ରତ କୁମାର ପୁରୋହିତ ପରିଚାଳନା କରିଥିଲେ । ତାଙ୍କୁ ଲାଇନ୍‌ରେ ସହଯୋଗ କରିଥିଲେ ଜ୍ୟୋତି ରଞ୍ଜନ ସ୍ୱାଇଁ ଓ ଦେବାଶିଷ ବାଗ ଚତୁର୍ଥ ରେଫରୀ ଥିଲେ ପଞ୍ଚାନନ ପାତ୍ର । ରିଜର୍ଭ ରେଫରି ଥିଲେ ନିରଞ୍ଜନ ମହାକୁର । ୟୁନାଇଟେଡ ସ୍ପୋର୍ଟସ କ୍ଲବର ସଭାପତି ପ୍ରେମନାଥ ଗିରିଙ୍କ ସଭାପତିତ୍ୱ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଫାଓ ଉପସଭାପତି ରବି ପଣ୍ଡା, ଜିଲ୍ଲା କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, ପ୍ରତିଯୋଗିତାର ପ୍ରାୟୋଜକ ଓଡ଼ିଶା ଏଣ୍ଟରପ୍ରାଇଜେସର ମୁଖ୍ୟ ଚନ୍ଦ୍ର ଶେଖର ବାଗ, ବିକାଶ ଗୃପର ପ୍ରଶାସନିକ ନିର୍ଦ୍ଧେଶକ ଡି. ନାଗେଶ୍ଵର ରାଓ, ଜିନ୍ଦଲ ଡେଭଲପରର ମୁଖ୍ୟ ଅନିଲ ଜିନ୍ଦଲ, ସୁମନ ଷ୍ଟିଲର ମୁଖ୍ୟ ଦିଲିପ ସାୱଡିଆ, କ୍ରୀଡା ସଂସଦ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଜୀବନ ସଦସ୍ୟ ପ୍ରଦୀପ ନନ୍ଦ ଓ ଜ୍ଞାନ ରଞ୍ଜନ ପୂଜାରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ଉପ ବିଜେତା ତଥା ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ଚମ୍ପିୟାନ ପଦ୍ମପୁର ବୋଡାସମ୍ୱର ଦଳକୁ ନଗଦ ୭୦ ହଜାର ସହ ଟ୍ରଫି ଓ ଉପ ବିଜେତା ବରପାଲି ବାଇସନ ଦଳକୁ ନଗଦ ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାର ନୂତନ ପ୍ରତିଭାବାନ ଖେଳାଳୀ ଭାବରେ ବରପାଲି ଦଳର ଅଂଶ ଛତ୍ରିଆ, ଶ୍ରେଷ୍ଠ ଗୋଲ ରକ୍ଷକ ଭାବରେ ବରଗଡ ୱାରିୟର ଦଳର ପିଣ୍ଟୁ ଭୁଏ, ଶ୍ରେଷ୍ଠ ଖେଳାଳୀ ଭାବରେ ପଦ୍ମପୁର ଦଳର ରାହୁଲ ମୁଖୀ, ଶ୍ରେଷ୍ଠ ସ୍କୋରର ଭାବରେ ପଦ୍ମପୁର ଦଳର ସଞ୍ଜୀବ ଖରା, ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳୀ ଭାବରେ ବରପାଲି ଦଳର ପ୍ରବୀଣ ଟିଗା, ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବରେ ପଦ୍ମପୁର ଦଳର ରାକେଶ । ଓରାମ ପୁରସ୍କୃତ ହୋଇଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଆୟଜକ କ୍ଲବର ସମ୍ପାଦକ ଅତିଶ ପଣ୍ଡା । ଏହି ପ୍ରତିଯୋଗିତା ପରିଚାଳନାରେ ସେକ ସବଦର, ସୁରେଶ ଦାଶ, ପ୍ରତାପ ଦାଶ, ରୁଦ୍ର ପ୍ରଧାନ, କାଳିଆ ସାହୁ, ଭୁବନ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

17 − six =