pakka

ଆସନ୍ତା କାଲି ଶୁଲିଆ ଯାତ୍ରା : ପଡ଼ିବ ବଳି, କୋଭିଡ୍‌ କଟକଣା ଭିତରେ ଯାତ୍ରା, ବାତିଲ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ର ପ୍ରସିଦ୍ଧ ଶୁଲିଆ ଯାତ୍ରା ଆସନ୍ତା କାଲି ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗାଁର ଲୋକେ ଯୋଗଦେଇ ନିଜ ନିଜ ମତାମତ ଦେଇଥିଲେ । ମିଳିତ ମଞ୍ଚ ସଭାପତି ଆଦିବାସୀ ନେତା ମୟ ପ୍ରଧାନୀ ଯାତ୍ରା ବିଷୟରେ ସବିଶେଷ ସୂଚନା ଦେଇଥିଲେ । କନ୍ଧ ଆଦିବାସୀ ସମାଜ କେନ୍ଦ୍ରୀୟ ସଭାପତି ଚିନ୍ତାମଣି ଭୋଇ କହିଥିଲେ, ପାରମ୍ପରିକ ରୀତିନୀତି ଅନୁଯାୟୀ ଯାତ୍ରା ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହେବ । କୋଭିଡ କଟକଣା ଭିତରେ ଯାତ୍ରା ଆୟୋଜିତ ହେବ । ପାରମ୍ପରିକ ରୀତିନୀତିରେ ବଳି ପଡ଼ିବ ବୋଲି ବଡ଼ଖଳାର ଦେହେରୀ ସୋମନାଥ ଦେହେରିଆ କହିଛନ୍ତି । ଶୁଳିଆ ଯାତ୍ରାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବଳିପଡ଼ିବ । କୋଭିଡ୍‌ କଟକଣା ଅନୁଯାୟୀ ଯାତ୍ରା ସମ୍ପନ୍ନ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଛି । ଶୁଲିଆ ମଞ୍ଚ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ୍‌ କୁଲୁତାପଡ଼ା ପଞ୍ଚାୟତ ଖଇରଗୁଡ଼ା ଓ କୁମୁରିଆ ଗାଁରେ ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡ଼ିଆ ଭୋଗ ସହ ପୋଢ଼, ମେଣ୍ଢା, ବୋଦା ଆଦି ବଳି ଦେଇ ମାନସିକଧାରୀମାନେ ପୂଜାର୍ଚ୍ଚନା କରିଥାନ୍ତି ।

Leave A Reply

Your email address will not be published.

4 + 3 =