pakka

ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା : ସମ୍ବଲପୁର ଜେସିସିକୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ପଡିଆରେ ଚାଲିଥିବା ଆନ୍ତଃ ରାଜ୍ୟ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ଜେସିସିକୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ ହୋଇଛି । ଆଜି ସମ୍ବଲପୁର ଜେସିସି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ହେଲେ ଦଳ ଝାରସୁଗୁଡ଼ା ଦଳର ମାପଚୁକ ବୋଲିଂ ଯୋଗୁଁ ଦଳ ୨୩.୪ ଓଭରରେ ମାତ୍ର ୧୦୧ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ସମ୍ବଲପୁର ପକ୍ଷରୁ ଅଭିଳାଷ ୨୪ ରନ, ଅଜିତ ହୋତା ୧୯ ରନ କରିଥିଲେ । ଝାରସୁଗୁଡ଼ା ଦଳ ପାଇଁ ତାରିଣୀ ସା ଓ କ୍ରିଷ୍ଣା ପଳେଇ ୩ ୱିକେଟ ଲେଖାଏଁ ନେଇଥିଲେ । ଜବାବରେ ଝାରସୁଗୁଡ଼ା ଦଳ ମାତ୍ର ୧୭.୪ ଓଭରରେ ସନ୍ତୋଷ କୁମାରଙ୍କ ୩୭ ରନ ଓ ପୁଷ୍କର ରାଜଙ୍କ ୧୬ ରନ ଫଳରେ ମ୍ୟାଚ୍‌କୁ ୬ ୱିକେଟରେ ଜିତି ନେଇ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତାର ଚଳିତ ବର୍ଷ ପାଇଁ ଚମ୍ପିୟାନ ହୋଇଥିଲା । ଆଜିର ଖେଳକୁ ଗୁରୁଦିପ ସିଂ ଓ ଶୁଭମ୍ ପାତ୍ର ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ଅଶୋକ ସାହୁ । ଖେଳର ବିବରଣୀ ପ୍ରଦାନ କରିଥିଲେ ଅଶୋକ ବଘେଲ ଓ ନକୁଲ ନାୟକ । ଆଜି ଖେଳ ଆରମ୍ଭରେ ମୁଖ୍ୟ ଅତିଥି ବିଜେପୁର ବିଧାୟିକା ରୀତା ସାହୁ ଉଭୟ ଦଳର ଖେଳାଳୀମାନଙ୍କ ସହ ମିଳିତ ହୋଇ ଆଜିର ଫାଇନାଲ ଖେଳକୁ ଉଦ୍‌ଘାଟନ କରିଥିଲେ । ନୁଆଁଗଡ ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସଭାପତି ସତ୍ୟରାମ ଖମାରୀଙ୍କ ସଭାପତିତ୍ୱ ଓ ବରିଷ୍ଠ କ୍ରୀଡା ଶିକ୍ଷକ ମନସୀ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, ସରପଞ୍ଚ ସୁଜାତା ପାଣ୍ଡେ, ସମାଜସେବୀ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ବ୍ଲକ୍ ସଭାପତି ଗୋବିନ୍ଦ ପ୍ରଧାନ, ଯୁବ ବିଜେଡ଼ି ଜିଲ୍ଲା ସମ୍ପାଦକ ଦୁର୍ବାସା ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ଉପବିଜେତା ଦଳ ତଥା ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ । ବିଜୟୀ ଝାରସୁଗୁଡ଼ା ଦଳକୁ ଟ୍ରଫି ସହ ନଗଦ ୨୫୦୦୦ ଟଙ୍କା ଓ ଉପ ବିଜେତା ସମ୍ବଲପୁର ଦଳକୁ ନଗଦ ୧୫୦୦୦ ତାଙ୍କ ସହ ପ୍ରତିଯୋଗିତାରେ ଝାରସୁଗୁଡ଼ା ଦଳର ତାରିଣୀ ସା ଫାଇନାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ସେହି ଦଳର ସନ୍ତୋଷ ଯାଦବ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ ହୋଇଥିଲେ । ଓଡ଼ିଶାର ପ୍ରାକ୍ତନ ଖେଳାଳି ତଥା କୋଚ ଶୋଭନ ଦେବଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରୋମାଞ୍ଚଲ ଖମାରୀ, ସବ୍ୟସାଚୀ ବାରିକ, ସୁରଞ୍ଜନ ସା, କିଶୋର ଖମାରୀ, ତ୍ରିଲୋଚନ ଖମାରୀ, ଦ୍ରୋଣ ପଶାୟତ, ଉତ୍ତମ ପଶାୟତ, ରାଜକୁମାର ସାହୁ ପ୍ରମୁଖ ଏହି ପ୍ରତିଯୋଗିତାର ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

17 − 2 =