pakka

ଜୁଲାଇ ଶେଷ ସୁଦ୍ଧା ଗାଈଖାଇରେ ମିଳିବ ବୋଟିଂ ସୁବିଧା

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅଧୀନସ୍ଥ ସାଲେଭଟା ଅଙ୍ଗ ଜଳସେଚନ ପ୍ରକଳ୍ପ ଗାଈଖାଇ ଡ୍ୟାମ୍‌କୁ ଇକୋଟୁରିଯିମ ମାନ୍ୟତା ମିଳିବା ପରେ ଏଠାରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । ପୂର୍ବରୁ ଏଠାରେ ବୋଟିଂ ଟ୍ରାଏଲ କରାଯିବା ସହିତ ଡ୍ୟାମ୍‌ର ପ୍ରବେଶ ଦ୍ୱାରରେ ଆକର୍ଷଣୀୟ ଗେଟ ନିର୍ମାଣ କାମ ଚାଲିଛି । ଚାରିଆଡେ ସବୁଜ ବନାନୀରେ ଭରପୁର ଥିବା ଏହି ଡ୍ୟାମ୍‌ରେ ବର୍ଷତମାମ୍‌ ପାଣି ରହୁଥିବା ବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଖୁବ୍‌ଶୀଘ୍ର ଏଠାରେ ଏକ ଇକୋପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ସାଧାରଣ ଲୋକଙ୍କ ପାଇଁ ଏଠାକାର ବୋଟିଂ ବ୍ୟବସ୍ଥା ଲୋକାର୍ପିତ ହେବା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଡ୍ୟାମ୍‌ର ଜଳ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଈଖାଇ ଠାରେ ଡେରା ପକାଇବା ସହିତ ଜଳ ସର୍ବେକ୍ଷଣ କାର୍ଯ୍ୟ କରୁଥିବା ଜଣାପଡିଛି । ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏଠାରେ ବୋଟିଂ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

12 + fourteen =