pakka

ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ସିଏନ୍‌ସି ସଫଳ ହେଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଓଡ଼ିଶାକୁ ଟପ୍ପର ପ୍ରଦାନ କରିବାରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ଶିକ୍ଷାନୁଷ୍ଠାନ ସିଏନ୍‌ସି ସଫଳ ହୋଇପାରିଛି । ଗତ ୩୧ ତାରିଖ ଦିନ ପ୍ରକାଶିତ ହୋଇଥିବା ସିଏଚ୍‌ଏସ୍‌ଇ +୨ ବାଣିଜ୍ୟ ପରୀକ୍ଷା ଫଳରେ ସିଏନ୍‌ସି ବାଣିଜ୍ୟ ବିଦ୍ୟାଳୟ ପୁଣି ଥରେ ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ଶିକ୍ଷାର୍ଥୀଙ୍କ ପରୀକ୍ଷା ଫଳାଫଳ ବେଶ୍‌ ସଫଳତାର ଶୀର୍ଷ ସ୍ଥାନକୁ ଛୁଇଁ ପାରିଛି । ଏହି ପରୀକ୍ଷାରେ ବିଦ୍ୟାଳୟରୁ ୫୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଏଥିମଧ୍ୟରୁ ଦୁଇ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଛାତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର ୫୫୨ ମାର୍କ (୯୨%) ରଖି ଓଡିଶାରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି ଓ ବଲାଙ୍ଗିର ମାଟିକୁ ଗୌରବାନ୍ୱିତ କରିଛନ୍ତି । ଲୋପାମୁଦ୍ରା ଦନ୍ତା ୫୪୫ ମାର୍କ ରଖି ୯୧ ପ୍ରତିଶତ ମାର୍କ ରଖିଛନ୍ତି । ଛାତ୍ରୀ ଲୋପାମୁଦ୍ରା କୋର୍‌ ସବ୍‌ଜେକ୍ଟ ଗୁଡ଼ିକରେ ୯୮.୪ ପ୍ରତିଶତ ମାର୍କ ରଖିଥିବା ବେଳେ ଇଂରାଜୀ ବିଷୟରେ ମାର୍କ କମିବାରୁ ସେ ଟପ୍ପର ହେବାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି । ୧୩ ଜଣ ଛାତ୍ରଛାତ୍ରୀ ୮୦%ରୁ ୯୦% ମଧ୍ୟରେ ଏବଂ ୧୪ ଜଣ ଛାତ୍ରଛାତ୍ରୀ ୭୦%ରୁ ୮୦% ମାର୍କ ରଖିଛନ୍ତି । ଏହା ଛଡ଼ା ୫ ଜଣ ଛାତ୍ରଛାତ୍ରୀ ଆକାଉଣ୍ଟସ୍‌ରେ ୧୦୦ରୁ ୧୦୦ ନମ୍ବର ରଖି ବାଜିମାତ୍‌ କରିଛନ୍ତି । ୧୦ ଜଣ ପିଲା ୫୦୦ରୁ ଅଧିକ ମାର୍କ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ସିଏନ୍‌ସି ମହାବିଦ୍ୟାଳୟର ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ୧୪ ବର୍ଷ ଧରି ଲଗାତାର୍ ଭାବେ ୨୬ ଜଣ ଓଡିଶା ଟପ୍ପର ଦେଇ ଆସିଛି । ବିଦ୍ୟାଳୟର ଏହି ସଫଳତା ବଲାଙ୍ଗିର ସହର, ଅଭିଭାବକ ମହଲରେ ତଥା ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି । ଅନୁଷ୍ଠାନର ପରିଚାଳକ ଆଶୁତୋଷ ପୁରୋହିତ ଓ ପ୍ରଦୀପ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

20 − one =