csstore

ଜିଲ୍ଲା ମହିଳା କଂଗ୍ରେସର ନବ ନିଯୁକ୍ତ ସଭାନେତ୍ରୀଙ୍କୁ କଂଗ୍ରେସ ନେତୃମଣ୍ଡଳୀଙ୍କ ଶୁଭେଚ୍ଛା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବରେ ପଦ୍ମପୁର ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୌସୁମୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କର ଏହି ନିଯୁକ୍ତିକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବହୁ ବରିଷ୍ଠ ନେତୃମଣ୍ଡଳୀ ସ୍ଵାଗତ କରିଛନ୍ତି । ସେମାନେ ଶ୍ରୀମତୀ ସାହୁଙ୍କ ଏହି ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ତଥା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଶ୍ରୀମତୀ ସାହୁଙ୍କୁ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ବରିଷ୍ଠ କଂଗ୍ରେସ ନେତା ଗୌନ୍ତିଆ ସାହୁ, ବିନୋଦ କାଳିଆ, ମନୋଜ ତ୍ରିବେଦୀ, ବିଜୟାନନ୍ଦ ପଟ୍ଟନାୟକ, ମୁଜାଫର୍ ହୁସେନ, ସୁନିଲ ଅଗ୍ରୱାଲ, ବିରାଦତ୍ୟ ସାହୁ, ଅକ୍ଷୟ ସାହୁ, ସନ୍ତୋଷ ଶତପଥୀ, ଦିଲୀପ କୁମାର ଦାନି, ପ୍ରଦୀପ ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.