csstore

ଜୟପୁର କଲେଜ ଅଫ୍ ଫର୍ମାସୀରେ ଯୁଥ୍ ରେଡ଼କ୍ରସର ନୂତନ ଶାଖାର ଶୁଭାରମ୍ଭ

ଜୟପୁର, (ଜଗନ୍ନାଥ ବିଷୋୟୀ) : ଜୟପୁର ରଣ୍ଡାପାଲିଠାରେ ଥିବା ଫାର୍ମାସୀ କଲେଜ ପରିସରରେ ୟୁଥ ରେଡ଼କ୍ରସର ନୂତନ ଶାଖାର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ତଥା ୟୁଥ ରେଡ଼କ୍ରସର କାଉନସିଲର ଡ.କନକଲତା ମହାପାତ୍ର ଯୋଗଦେଇ ସୁସ୍ଥ ସମାଜ ଗଠନରେ ଏବଂ ବିଭିନ୍ନ ଦିବସରେ ସ୍ୱେଚ୍ଛାସେବୀମାନେ ରେଡ଼କ୍ରସର ଇତିହାସ ଓ ପ୍ରଗତି, ଫାଷ୍ଟଏଡ଼ କୌଶଳ, ପ୍ରାକୃତିକ ବପର୍ଯ୍ୟୟର ପ୍ରସମନର ଉପାୟ, ନିଶାମୁକ୍ତ କଲେଜ ପରିସର, ରକ୍ତଦାନ ସଚେତନତା, ସଡ଼କ ଦୁର୍ଘଟଣା ସଚେତନତା, ସମାଜରେ ସ୍ୱେଚ୍ଛାସେବାର ଆବଶ୍ୟକତା ଆଦି ବିଷୟ ଉପରେ ଆଲୋକପାତ କରିବା ସହ ତାହାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଫର୍ମାସୀ କଲେଜର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ପଣ୍ଡା, ଉପାଧ୍ୟକ୍ଷ ସୁଜିତ କୁମାର ମାର୍ଥା, ଅଧ୍ୟାପକ ବିକ୍ରମ ମିଶ୍ର, ପ୍ରତିତା କାଞ୍ଚନ ସାହୁ, ମାନସୀ ଖାଡଙ୍ଗାଙ୍କ ସମେତ ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.