csstore

ବରକେରା ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବଉଳ ବୃକ୍ଷରେ ଜଳ ଦିଆଯାଇଥିଲା । ବିଶ୍ୱ ଜଳ ଦିବସ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ପ୍ରଧାନ ଯୋଗ ଦେଇଥିଲେ । ଉକ୍ତ ସଭାରେ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗ ଦେବା ସହିତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ପ୍ରଥମଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓଡି ଜନିରୋ ଠାରେ ମିଳିତ ଜାତିସଂଘର ଆୟୋଜିତ ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନରେ ବିଶ୍ଵ ଜଳ ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କରିଥିଲା । ସେହିଦିନ ଠାରୁ ମାର୍ଚ୍ଚ ୨୨ ତାରିଖକୁ ବିଶ୍ଵ ଜଳ ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ସ୍ଵଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା କରାଇବା । ଜଳ ଦୂଷିତ ନହେବା, ଜଳ କିପରି ସଂରକ୍ଷଣ କରାଯାଇ ପାରିବ ଏବଂ ଅଜଥାରେ ଜଳ ଅପଚୟ ନ କରିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.