csstore

ସମ୍ବଲପୁରୀ ବସ୍ତ୍ରାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ : ଗିଫ୍ଟ ଭାଉଚରର ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ସମ୍ବଲପୁରୀ ବସ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ସୋରୁମ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରଶାସିକା ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଯୋଗ ଦେଇ ସମ୍ବଲପୁରୀ ବସ୍ତ୍ର ସଂପର୍କରେ ଆଲୋକପାତ କରିବା ସହ ବସ୍ତ୍ରାଳୟର ବିଭିନ୍ନ ସ୍ଥାନରେ ଥିବା ବିକ୍ରୟ କେନ୍ଦ୍ର ଗୁଡିକରେ ଲୁଗା ବିକ୍ରି ଉପରେ ଗ୍ରାହକଙ୍କ ପାଇଁ ଗିଫ୍ଟ ଭାଉଚର ଯୋଜନାର ଶୁଭାରମ୍ଭ କରିଥିଲେ । ସେହିପରି ସମ୍ବଲପୁରୀ ବସ୍ତ୍ରାଳୟରରେ ଏବେ ସରକାରୀ ରିହାତି ରହିଥିବା ସୂଚାଇ ଥିଲେ । ସମ୍ବଲପୁରୀ ବସ୍ତ୍ରର ଚାହିଦା ବୃଦ୍ଧି ସକାଶେ ତଥା ବୁଣାକାର ଭାଇ ଭଉଣୀମାନଙ୍କୁ ଉତ୍ସାହିତ କରିବା ସକାଶେ myhandloommypride and odishahandloom magichashtagରେ ନିଜକୁ ଯୋଡ଼ିବା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନ ସମ୍ବଲପୁରୀ ବସ୍ତ୍ରକୁ ଏକ ନୂତନ ରୁପ ଦେବା ସକାଶେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫେସନ୍‌ ଡିଜାଇନର ବିଭୁ ମହାପାତ୍ରଙ୍କୁ ବସ୍ତ୍ରାଳୟରରେ ସାମିଲ କରାଯାଇଛି । ତାଙ୍କ ଦ୍ଵାରା ଡିଜାଇନ୍‌ରୁ ଉତ୍ପାଦିତ ଲୁଗା ଅତି ଶିଘ୍ର ଗ୍ରାହକ ମାନେ ବସ୍ତ୍ରାଳୟର ବିକ୍ରୟ କେନ୍ଦ୍ର ଗୁଡିକରୁ ପାଇ ପାରିବେ ବୋଲି ଶ୍ରୀମତୀ ବାନାର୍ଜୀ କହିଥିଲେ । ଉତ୍ସବରେ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ, ବିକ୍ରୟ ପ୍ରବନ୍ଧକ ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.