ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବିଶ୍ୱର ଅଦ୍ୱିତିୟ ଜନନେତା ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । ମହାତ୍ମାଗାନ୍ଧୀଙ୍କ ଜନ୍ମତିଥିକୁ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ରାଜନୈତିକ ଦଳମାନଙ୍କ ତରଫରୁ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଇ ସମୂହ ସଫାଇ, ଦରିଦ୍ର ନାରାୟଣ ସେବା ପରି ଜନ କଲ୍ୟାଣକାରୀ କାର୍ୟ୍ୟ କରାଯାଇଛି । ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଭର୍ଚୁଆଲି କାର୍ୟ୍ୟକ୍ରମରେ ଗାନ୍ଧୀ ବିଚାର ଓ ବାଣୀକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ବକ୍ତୃତା ଓ ଚିତ୍ରାଙ୍କନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ଠିକ ସେହିପରି, ଜିଲ୍ଲାର ଅନେକ ସ୍ଥାନରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଲୋକେ ଜାତିର ପିତାଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।

Leave A Reply

Your email address will not be published.