ବିଜେଡ଼ି ଦଳର ରାଜ୍ୟବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମର ପ୍ରସ୍ତୁତି

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟସାରା ବିଜେଡ଼ି ଦଳର ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସାରା ଆରମ୍ଭ ହେବାକୁ ଯାଉଛି । ଆଜି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜୁମ୍ ଆପ ମାଧ୍ୟ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଳକର ଜୋନ ସ୍ତରୀୟ ଦଳୀୟ କର୍ମୀମାନଙ୍କ ସହିତ ଜନ ସଚେତନତା କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଅକ୍ଟୋବର ୦୨ ତାରିଖରୁ ନଭେମ୍ବର ୦୨ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ । ବିଜୁ ଜନତା ଦଳ ତରଫରୁ ଏକମାସ ଧରି ମାସ୍କ ବଣ୍ଟନ ଏବଂ କରୋନା ଭାଇରସ ସଂକ୍ରମଣ ବିଷୟରେ ସଚେତନ କରିବାକୁ କହିଥିଲେ । ପଞ୍ଚାୟତ ସ୍ତରରେ ପ୍ଲାଜମା ଦାନ କରି ଜୀବନ ରକ୍ଷା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ସମସ୍ୟା ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.