pr

ଗଣବଳାତ୍କାର ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି

dr. purohit

ହାଥରସ : ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି ଉତ୍ତର ପ୍ରଦେଶ ହାଥ୍‌ରସ ମାମଲା । ପୋଲିସ ଗୋଟିଏ ଦିନ ପୂର୍ବରୁ ଏହା ବଳାତ୍କାର ଘଟଣା ନୁହେଁ ବୋଲି କହିବା ପରେ ଏବେ ଏହାକୁ ନେଇ ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ରାଜବୀର ସିଂ ପହଲୱାନ କହିଛନ୍ତି ଯେ ଯୁବତୀଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଦାୟୀ । ସେ କହିଛନ୍ତି, ଯୁବତୀଙ୍କୁ ତାଙ୍କ ମା’ ଓ ଭାଇ ହତ୍ୟା କରିଛନ୍ତି । ତେଣୁ ଯେଉଁ ୪ ଯୁବକଙ୍କ ନାଁରେ ଅଭିଯୋଗ ଆସିଛି ସେମାଙ୍କୁ ଫଶାଇବାକୁ ଏମିତି ଷଡଯନ୍ତ୍ର କରାଯାଇଛି । ଏହି ମାମଲାରେ ଅଯଥାରେ ସରକାରଙ୍କୁ ବଦନାମ କରାଯାଉଛି । ସେ ଆହୁରି କହିଛନ୍ତି ଯେ, ଏସ୍‌ଆଇଟି ଯାଞ୍ଚ ଉପରେ ତାଙ୍କର ପୂରା ବି‌ଶ୍ୱାସ ରହିଛି । ଏଥିରେ ଅସଲ ଘଟଣା ସାମ୍ନାକୁ ଆସିବ ବୋଲି ସେ ମତ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀ ପ୍ରାୟ ୨ ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ଘଟଣା ସନ୍ଦହ ଘେରକୁ ଟାଣି ନେଇଛି । ଏହାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି ।

nrusinghnath
Leave A Reply

Your email address will not be published.