ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଏସ୍‌ପି

ରାଉରକେଲା : ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟର ନିଲମ୍ବିତ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ ଘରୁ ଉଠାଇ ଆଣି ଥାନାରେ ରଖି ଥାର୍ଡ଼ ଡ଼ିଗ୍ରୀ ଦେଇ ସାରା ରାତି ନାବାଳକଙ୍କୁ ଉଲଗ୍ନ କରି ଇଲେଟ୍ରିକ୍ ସକ୍ ଦେଇଥିବା ଅଭିଯୋଗ ଆଣିଥିଲେ ନାବାଳକ । ପରେ ରାଉରକେଲା ଏସ୍‌ପି ମୁକେଶ ଭାମୁ ଥାର୍ଡ଼ ଡ଼ିଗ୍ରୀ ଘଟଣାରେ ରାଜ୍ୟ ମାନବାଧିକାର କମିଶନକୁ ନୋଟିସ କରି କଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ଜବାବ ମାଗିଥିଲେ । ତେବେ ଏହି ଘଟଣାରରେ ମଙ୍ଗଳବାର ଦିନ ଉଦିତନଗର ଥାନା ସବ-ଇନ୍ସପେକ୍ଟର ମାନସ ନାଏକଙ୍କୁ ନିଲମ୍ବନ କରିଥିଲେ ଏସ୍‌ପି ମୁକେଶ ଭାମୁ ଏବଂ ତା ସହ ସେହି ଉଦିତନଗର ଥାନାର ଦୁଇ ହୋମଗାର୍ଡ଼ଙ୍କୁ ବ୍ୟକ୍ତିଗତ ଭାବରେ ଏସ୍‌ପିଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ କରିଥିବା ଜଣାପଡିଛି

Leave A Reply

Your email address will not be published.