pakka

ଷ୍ଟେଟ ବ୍ୟାଙ୍କ ପକ୍ଷରୁ କରୋନା ସହାୟତା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସହ ଲଢେଇରେ ବିଭିନ୍ନ ସଂଗଠନ ସହେଯାଗ ଯୋଗାଉଛନ୍ତି । ସେହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବଲାଙ୍ଗିର ଶାଖା ନିଜର ସାମଜିକ ଦାୟିତ୍ୱ ପୁରଣ ପୂର୍ବକ ଭୀମ ଭୋଇ ମେଡିକାଲ କଲେଜକୁ କରୋନା ସହାୟତା ପ୍ରଦାନ କରିଛି । ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ରିଜନାଲ ମ୍ୟାନେଜର ଭାରତ ଚରଣ ସାହୁଙ୍କ ଉପସ୍ଥିତିରେ ଭୀମ ଭୋଇ ମେଡିକାଲ କଲେଜକୁ ଅକ୍ସିଜେନ କଂସନଟ୍ରେଟର, ଅକ୍ସିଜେନ ମାସ୍କ, ଡିସ୍ପୋଜେବଲ ଗାଉନ, ଗ୍ଲୁକୋମିଟର ଓ ଅକ୍ସିମିଟର ପ୍ରଦାନ କରାଯାଇଛି । ଭୀମ ଭୋଇ ମେଡିକାଲ ଡିନ ଡା. ସବିତା ମହାପାତ୍ର ଏହାକୁ ଗ୍ରହଣ କରିବା ସହ କରୋନା ଲଢେଇରେ ଷ୍ଟେଟ ବ୍ୟାଙ୍କ ବଲାଙ୍ଗିର ଶାଖାର ଏହି ସହ ଯୋଗ ପାଇଁ ବ୍ୟାଙ୍କ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଚିଫ୍‌ ମ୍ୟାନେଜର ସୁନିଲ କୁମାର ମିଶ୍ର ଓ ଭୀମ ଭୋଇ ମେଡିକାଲ ଶାଖା ମ୍ୟାନେଜର ସୁଶାନ୍ତ ପ୍ରଧାନ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four − 2 =