jayashree

କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିରେ ସ୍ଥାନ ପାଇଲେ ବଲାଙ୍ଗିରର ଯୁବ କ୍ରିକେଟର ଓମକାର ମହାନ୍ତି

  • ଓଡ଼ିଶା ୨୩ ବର୍ଷରୁ କମ୍ କ୍ରିକେଟ ଦଳରେ ମନୋନୀତ, ବଲାଙ୍ଗିର କ୍ରୀଡ଼ା ମହଲରେ ଖୁସିର ଲହରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ତାଙ୍କର ଏହି ମନୋନୟନ ବଲାଙ୍ଗିର ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ହୋଇଛି । ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା ଓ ବିହାର ମଧ୍ୟରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିର ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ଦୁଇଟି ମ୍ୟାଚରେ ଓମକାର ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବେ । ଓମକାରଙ୍କ ଏହି ସଫଳତାକୁ ନେଇ ବଲାଙ୍ଗିର କ୍ରୀଡ଼ା ସଂସଦ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ଜଣେ ଯୁବ ଖେଳାଳି ଭାବେ ରାଜ୍ୟସ୍ତରୀୟ ଦଳରେ ସ୍ଥାନ ପାଇବା ବଲାଙ୍ଗିରର କ୍ରିକେଟ ଜଗତ ପାଇଁ ଏକ ଉତ୍ସାହଜନକ ଖବର । ଏହି ସଫଳତାରେ ଜିଲ୍ଲାର କ୍ରିକେଟପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଓମକାର ମହାନ୍ତି ଆଗାମୀ ମ୍ୟାଚଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ତଥା ବଲାଙ୍ଗିରର ଗୌରବ ବୃଦ୍ଧି କରନ୍ତୁ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.