pakka

ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସ୍ଥାନ ଅପୁରଣୀୟ ରହିବ

bbehera

ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲ୍ଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, କିଛି ଦିନ ତଳେ ଗାଧୁଆ ଘରେ ପଡିଯାଇ ସେ ଗୁରୁତର ହୋଇଥିଲେ । ପରେ ବୁର୍ଲା ଭୀମସାର ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ବାର୍ଦ୍ଧକ୍ୟ ଯୋଗୁଁ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନଥିଲେ । ଦୀର୍ଘ ଦିନ ହେଲା ଘରେ ଶଯ୍ୟାଶାୟୀ ଥିଲେ । ସମ୍ବଲପୁରୀ ସାହିତ୍ୟରେ ତାଙ୍କର ଅବଦାନ ବେଶ ଅତୁଳନୀୟ ଥିଲା । ୧୯୮୧ରେ ସେ ଲେଖିଥିବା ସମ୍ବଲପୁରୀ ନାଟକ ଭୁଖା ବହୁ ପ୍ରସିଦ୍ଧି ତଥା ଲୋକପ୍ରିୟତା ହାସଲ କରିଥିଲେ । ଏହା ସମ୍ବଲପୁରୀ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲା । ଏହାପରେ ଏହି ନାଟକକୁ ଆଧାର କରି ସମ୍ବଲପୁରୀ ଫିଲ୍ମ ଭୁଖା ତିଆରି ହୋଇଥିଲା । ଯାହା ବହୁ ଲୋକପ୍ରିୟ ହେବା ସହ ଅନ୍ତର୍ଜାତୀୟ ପ୍ରସିଦ୍ଧି ହାସଲ କରିଥିଲା । ସେ ସମ୍ବଲପୁରର ଆକାଶବାଣୀ କେନ୍ଦ୍ରର ପ୍ରଥମ ଗୀତିକାର ଭାବେ ସ୍ୱୀକୃତି ପାଇଥିଲେ ।

jay balangir
Leave A Reply

Your email address will not be published.

nine + ten =