pakka

ଶୀତ ବେଳେ ବର୍ଷା, ଥରୁଛି ବଲାଙ୍ଗିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତ ସମୟରେ ବଲାଙ୍ଗିର ସହରରେ ଜାରି ରହିଛି ବର୍ଷା । ଥରୁଛି ବଲାଙ୍ଗିର । ପୁଣି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ତେବେ କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଜାନୁଆରୀ ୧୨ତାରିଖ ମଧ୍ୟରେ ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ପୂର୍ବରୁ ସୂଚନା ଦିଆଯାଇଛି । ଆଜି ଦିନସାରା କୋହଳା ପାଗ ସହ ଏବେ ବର୍ଷା ହେଉଥିବା ଯୋଗୁଁ ଶୀତରେ କଂପୁଛି ବଲାଙ୍ଗିର । ପୁଣି ଅନ୍ୟପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଗତକାଲି ୧୦୪ ରିପୋର୍ଟ ଆସିଥିବା ବେଳେ ଆଜି ୧୯୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

jay balangir
Leave A Reply

Your email address will not be published.

four × four =