csstore

ସୃଜନ ସଳିତା ନବନୀତାର ପୂଜା ସଂଖ୍ୟା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତାର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ, ବିଶିଷ୍ଟ ଗାଳ୍ପିକ ପ୍ରଦୀପ ମିଶ୍ର, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଧ୍ୟାପକ କୌତୁକ ପନ୍ଦର ପୂଜା ସଂଖ୍ୟାକୁ ପ୍ରଶଂସା କରିବା ପୂର୍ବକ ସାମ୍ପ୍ରତିକ ସାହିତ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ପ୍ରକାଶକ ରାଜେଶ ଝାଙ୍କର ପ୍ରାରମ୍ଭିକ ସୂଚନା ଏବଂ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ରଞ୍ଜିତ ମିଶ୍ର, ହୃଷିକେଶ ଦାଶ, ଅନନ୍ତ ବିଶ୍ୱାଲ, ମଧୁସୁଦନ ନେଗୀ, ଯୁଜେଷ୍ଟି ମେହେର ପ୍ରମୁଖ ସାହିତ୍ୟିକ ଯୋଗ ଦେଇ ପତ୍ରିକା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ଯୁଜେଷ୍ଟି ମେହେର । ଚଳିତ ବର୍ଷ ପୂଜା ସଂଖ୍ୟାରେ ଆଜିର ସମୟରେ ଦେବୀ ଓ ନାରୀଙ୍କୁ ନେଇ ଲୋକଙ୍କ ମନୋଭାବର ପ୍ରଚ୍ଛଦ ଚିତ୍ର ଆଙ୍କିଛନ୍ତି ତରୁଣ ଚିତ୍ରଶିଳ୍ପୀ ରାମ ପ୍ରସାଦ ବିଶ୍ୱାଲ । ଗାଳ୍ପିକ କ୍ଷେତ୍ରବାସୀ ନାଏକଙ୍କ ସଂପାଦନାରେ ପ୍ରକାଶ ପାଉଥିବା ଏହି ପୂଜା ସଂଖ୍ୟାରେ ୨ଟି ସାକ୍ଷାତକାର, ଗୋଟିଏ ଉପନ୍ୟାସ, ୩୦ଗୋଟି ପ୍ରବନ୍ଧ, ଫିଚର ଓ ଆଲୋଚନା, ୧୬ଟି ଗଳ୍ପ, ୪୩ଟି କବିତା, ୨ଟି ସ୍ମୃତି ତର୍ପଣ, ଗୋଟିଏ ଭ୍ରମଣ କାହାଣୀ ସ୍ଥାନୀତ ହୋଇଛି । ୨୫୨ ପୃଷ୍ଠାର ଏହି ବିଶେଷାଙ୍କର ମୂଲ୍ୟ ରହିଛି ମାତ୍ର ୧୦୦ ଟଙ୍କା ।

jayashree
Leave A Reply

Your email address will not be published.