କ୍ଷତିଗ୍ରସ୍ତ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ନରସିଂହ : ଶନିବାରରୁ ମଇଳା ସଫା, ରବିବାର ଦିନରୁ କାମ ଆରମ୍ଭ, ଘଟଣାର ତଦନ୍ତ ହେବା ସହ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ – ନରସିଂହ

  • ଦେବୋତ୍ତର ସଂପତି ମିଳି ମିଶି ଖାଇ ଯାଉଛନ୍ତି ଅନେକ ସଂପତି ଥିବା ସତ୍ୱେ ଆମ ମନ୍ଦିର ଅବସ୍ଥା ଶୋଚନୀୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ମା’ ସମଲେଶ୍ୱରୀ ମନ୍ଦିର ସହିତ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଭାବାବେଗ ଜଡିତ ରହିଛି । ଆଜି ଅପରାହ୍ନରେ ଏହି ବହୁ ପୁରାତନ ମନ୍ଦିରର ମୂଖଶାଳାର ଛାତ ଅଚାନକ ଭାଙ୍ଗି ପଡିଥିଲା । ସୌଭାଗ୍ୟ ବସତଃ ଏହି ଦୁର୍ଘଟଣା ସମୟରେ ପୂଜକ ସମେତ ଅନ୍ୟ କେହି ଭକ୍ତ ଭିତରେ ନଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । କିନ୍ତୁ ମା’ଙ୍କ ମନ୍ଦିର ସହିତ ଜଡିତ ଅନେକ ଭକ୍ତ ମନ୍ଦିରର ସଂନ୍ଧ୍ୟା ଆଳତି କମିଟି ତଥା ସ୍ଥାନୀୟ ଲୋକେ ମନ୍ଦିର ଛକରେ ମନ୍ଦିର ନିର୍ମାଣ ଦାବୀରେ ଆନ୍ଦୋଳନ କରିବା ସହ ରାସ୍ତାରୋକ କରି ଦେଇଥିଲେ । ଏହି ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁଠାରେ ଏକ କାର୍ଯ୍ୟକ୍ରମରେ ଥାଇ ଏହି ଖବର ପାଇବା ପରେ ତୁରନ୍ତ ବଲାଙ୍ଗିର ଆସି ମନ୍ଦିର ପରିଦର୍ଶନରେ ଯାଇଥିଲେ । ଭାଙ୍ଗି ଯାଇଥିବା ମନ୍ଦିରର ଅବସ୍ଥା ଦେଖିବା ସହ ସେ ଉପଜିଲ୍ଲାପାଳ, ଦେବତ୍ତୋର ମେନେଜର, ପୁର୍ତ୍ତ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ସକାଳରୁ ହିଁ ମନ୍ଦିର ସଫେଇ ସହ ତା’ ପରଦିନ କାମ ଆରମ୍ଭ କରିବାକୁ ପୁର୍ତ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହ ଏହି କାମ ପାଇଁ ଉପଜିଲ୍ଲାପାଳ ତୁରନ୍ତ ଯନ୍ତ୍ରୀଙ୍କୁ ଚିଠି ଦେବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ଆନ୍ଦୋଳନରତ ଭକ୍ତ, ସନ୍ଧ୍ୟା ଆଳତି କମିଟି ସଭ୍ୟମାନଙ୍କୁ ଭେଟି ଆସନ୍ତା କାଲି ସଫେଇ ଏବଂ ପରଦିନ କାମ ଆରମ୍ଭ ହେବାର ନିର୍ଭର ପ୍ରତିଶୃତି ଦେଇଥିଲେ ଏବଂ ଆଳତି କମିଟିର ଦାବୀ ଅନୁଯାୟୀ ମନ୍ଦିର କାହିଁକି ଭାଙ୍ଗିଲା ତାହା ତଦନ୍ତ ନିଶ୍ଚୟ କରାଯିବ ତା’ ସହ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଦାନ ଦେବୋତ୍ତର ବିଭାଗ ନିଶ୍ଚୟ ଦେବ ବୋଲି ପ୍ରତିଶୃତି ଦେଇଥିଲେ । ଏହା ସହ ଦେବୋତ୍ତରର ଅନେକ ସଂପତି ବଲାଙ୍ଗିରରେ ଥିଲେ ମଧ୍ୟ ବଲାଙ୍ଗିରର ମନ୍ଦିରଗୁଡିକର ଅବସ୍ଥା ଶୋଚନୀୟ ଅବସ୍ଥାରେ ଥିବାରୁ ସେ ଉପରେ ସେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଆନ୍ଦୋଳନରତ କମିଟିରୁ ଯୁବକମାନେ ଆସି ମନ୍ଦିରର ରକ୍ଷଣାବେକ୍ଷଣ, ନୂତନ ନିର୍ମାଣ ତଥା ଆଗାମୀ ଦିନରେ ମନ୍ଦିର କିପରି ସୁରୁଖୁରୁରେ ଚାଲିପାରିବ ସେ ଉପରେ ଆଲୋଚନା କରି ତା’ର ରାସ୍ତା ବାହାର କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ପ୍ରତିଶୃତି ପରେ ଆନ୍ଦୋଳନରତ ଭକ୍ତ ଓ ସନ୍ଧ୍ୟା ଆଳତି କମିଟି ହରିବୋଲ ଦେଇ ଆନ୍ଦୋଳନରୁ ଓହରି ଥିଲେ ।

Leave A Reply

Your email address will not be published.

16 + 8 =