csstore

ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱର୍ଗତ ପ୍ରଦୀପ କୁମାର ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ସାଂସ୍କୃତିକ ପରିଷଦ, ପାଟଣାଗଡ ଆନୁକୂଲ୍ୟରେ ଗତକାଲି ପାଟଣାଗଡ ସ୍ଥିତ ସାରସ୍ୱତ କଳାପରିଷଦ ଠାରେ ଅନୁଷ୍ଠାନର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ପ୍ରଦୀପ କୁମାର ଶତପଥୀକୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶତପଥୀ ସାଂସ୍କୃତିକ ପରିଷଦର ଉପସଭାପତି ଥିଲେ । ସେ କୋଶଳି କବି ଭାବରେ ପରିଚିତ । ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନୁଷ୍ଠାନର ସଂପାଦକ ଦିଲ୍ଲୀପ କୁମାର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ଆଶିଷ କୁମାର ଚନ୍ଦନ, ବିଶ୍ୱାସ ପଟ୍ଟନାୟକ ସଂଯୁକ୍ତା ପରିଚ୍ଛା, ଅନ୍ତର୍ଯ୍ୟାମୀ ମେହେର, ଅଶୋକ ପାଣିଗ୍ରାହୀ, ଡା. ଭୀମସେନ ମେହେର, ଲିଙ୍ଗରାଜ ଚିନ୍ଦା ସମେତ ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

jayashree
Leave A Reply

Your email address will not be published.