csstore

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ ରିପୁନାଥ ସେଠ ଥିଲେ କଂଗ୍ରେସ ଦଳର ସାଲିସ ବିହୀନ ନେତା । ଗତକାଲି ସ୍ଥାନୀୟ ସୋଖିନ କଳାକାର ସଂଘଠାରେ ଯୁଗଳ ପ୍ରସାଦ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଦଳୀୟ ପଦାଧିକାରୀ ଓ କର୍ମୀ ରାଜନେତା ସ୍ୱର୍ଗତ ରିପୁ ବାବୁଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଅଭିହିତ କରିବା ସହ ସେ ଓଡ଼ିଶା ରାଜନୀତିରେ ଜଣେ ଯୁଗ ପୁରୁଷ ଥିଲେ ବୋଲି କହିଥିଲେ । ଅତି ସାଧାରଣ ପରିବାର ଓ ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ରାଜ୍ୟର ମନ୍ତ୍ରୀ ହୋଇ ସେ ଓଡ଼ିଶା ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ । ନିଜର ରାଜନୈତିକ ପ୍ରତିଦ୍ବନ୍ଦୀମାନଙ୍କୁ ଆପଣେଇ ନେଇଥିଲେ ଏବଂ ସମସ୍ତଙ୍କର ପ୍ରୀୟ ପାତ୍ର ହୋଇପାରିଥିଲେ । ତାଙ୍କ ଭଳି ଜଣେ ଦୂରଦୃଷ୍ଟି ରାଜନୈତିକ ବ୍ୟକ୍ତିତ୍ଵ ଙ୍କୁ ଅନୁସରଣ କଲେ ଆଜି ଭଳିଆ ଦିଗହୀନ ରାଜନୀତିର ଦିଗ ପରିବର୍ତ୍ତନ କରିବାରେ ସଫଳ ହୋଇପାରିବ ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ କଂଗ୍ରେସ ନେତା ପ୍ରଦୀପ ଦେବତା, ହରଦୀପ ସିଂ, ନିପନ ଦାଶ, ସରୋଜ ମହାପାତ୍ର, ସରୋଜ ଷଡ଼ଙ୍ଗୀ, ହରିହର ପ୍ରଧାନ, ଶୁଭେନ୍ଦୁ ସାହୁ, ଦିଲିପ ନନ୍ଦ, ପ୍ରତାପ ନାୟକ, ରବି ପଣ୍ଡା, ସୁଶିଲ ଭୋଇ, ଗୌରାଙ୍ଗ ନାୟକ, ଜ୍ୟୋତି ରଞ୍ଜନ ପୂଜାରୀ, ଅନନ୍ତ ତାଣ୍ଡି, ଅମିତ୍ ଆଚାର୍ଯ୍ୟ, ପପୁ କୁମ୍ଭାର, ପୂର୍ଣ୍ଣ ପ୍ରଧାନ, ଉମା ଭୋଇ, ଗୌରବ ପତି, ପ୍ରମୋଦ ନନ୍ଦ, ରମେଶ ପତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.