csstore

ଆକାଶବାଣୀ ବଲାଙ୍ଗିର କେନ୍ଦ୍ରରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ପରିସରରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଇତିମଧ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କେନ୍ଦ୍ର ମୁଖ୍ୟ ଲକ୍ଷ୍ଣଣ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଶୋକ ସଭାରେ ନବକିଶୋର ବେହେରା, ସୁଧୀର କୁମାର ହୋତା, ସୌମେନ୍ଦ୍ର ପଟ୍ଟନାୟକ, ସଂସ୍କୃତି ପଟ୍ଟନାୟକ, ରତ୍ନମୟ ତ୍ରିପାଠୀ, ଇଂ. ପ୍ରତାପ ଚନ୍ଦ୍ର ଆଚାର୍ୟ୍ୟ, କେନ୍ଦ୍ର ପ୍ରସାରଣ ନିଷ୍ପାଦକ ଦେବବ୍ରତ ଭୋଇଙ୍କ ସମେତ ଅନ୍ୟାନ୍ୟ ଯୁବବାଣୀ ବିଭାଗର କଳାକାରମାନେ ଉପସ୍ଥିତ ରହି ସ୍ୱର ସାମ୍ରାଜ୍ଞୀ ମଙ୍ଗେସକରଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରି ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.