csstore

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକ ସୀମାରେ ଥିବା ଶାନ୍ତିବନଠାରେ ଆଜି ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହରଗୌରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଜ୍ୟୋତି ମାଳା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତି ପରିବାରରେ ଲିଙ୍ଗୀୟ ତାରତମ୍ୟକୁ ଦୂର କରିବା ସହିତ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗେଇ ଆସିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଫଳ ମହିଳା ଚାଷୀ ନିଲେନ୍ଦୀ ସାହୁ, ନିକିତା ନାଗ, ଆକାଶୀ ମାଝୀ, ଦେବଶ୍ରୀ ମାଝୀ, ଦେବକୀ ମହାନନ୍ଦ, ସୌଭାଗ୍ୟ ବତୀ ଗହୀର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସଫଳତା ଉପରେ କହିଥିଲେ । ସମସ୍ତ ଲିଙ୍ଗଗତ ବିବିଧତା, ଲିଙ୍ଗଗତ ସମାନତା ଏବଂ ଭେଦଭାବରୁ ମୁକ୍ତ ସମାଜ ଗଠନ ଉପରେ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ଆଲୋଚନା କରିଥିଲେ । ଅଂଶ ଗ୍ରହଣକାରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.