jsm

ଶହୀଦ ରଞ୍ଜନ ଦାଶଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ପାଳିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଣ୍ଡହତାଠାରେ ଗତକାଲି ଶହୀଦ ରଞ୍ଜନ ଦାଶଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ସିଆରପିଏଫ ସେଣ୍ଟର ଆସିଷ୍ଟାଣ୍ଟ କମାଣ୍ଡର ସୁଶାନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ବରଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଶହୀଦ ସ୍ମୃତି କମିଟିର ସମ୍ପାଦକ ରିଲୁ ଶତପଥୀ, ଶହୀଦ ରଞ୍ଜନଙ୍କ ବଡ଼ ଭାଇ ଉତ୍ତମ ଦାଶ ପ୍ରମୁଖ ମଞ୍ଚ।ସୀନ ଥିଲେ । ଭକ୍ତବନ୍ଧୁ ଧରେଇ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ନାରାୟଣ ଦାସ ମଞ୍ଚ ପରିଚାଳନା କରିଥିଲେ । ଶହୀଦ ରଞ୍ଜନଙ୍କ ସ୍ମୃତିପୀଠରେ ଶ୍ରଦ୍ଧାସୁମନ ପୂର୍ବକ ପୁଷ୍ପାଞ୍ଜଳି ଅର୍ପଣ ପରେ ଏକ ସ୍ମୃତିସଭା ଆରମ୍ଭ ହୋଇଥିଲା । ଏହି ଅବସରରେ ପର୍ବତୀଗିରି ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ, ଡାକ୍ତର ସୁବ୍ରତ କୁମାର ପଧାନ, ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ନିଷ୍ଠା ପରିବାର, ବଂଶୀବାଦକ ମୀନକେତନ ଭୋଇ ତଥା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ରିଲୁ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଭକ୍ତବନ୍ଧୁ ଧରେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରାଦ୍ଧବାର୍ଷିକୀରେ ଶତାଧିକ ଲୋକ, ଅନେକ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଗ୍ରାମବାସୀ ଅଂଶଗ୍ରହଣ କରି ଶହୀଦ ବୀରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କିଛି ସମୟ ପାଇଁ ସେଠାକାର ପରିବେଶ ଶହୀଦ ରଞ୍ଜନ ଦାଶ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ।

yuvodaya
Leave A Reply

Your email address will not be published.