jsm

ସୁରେଶ ନନ୍ଦ ସ୍ମୃତିରେ କବିତା ପାଠୋତ୍ସବ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲର ସୁରେଶ ନନ୍ଦ ସ୍ମୃତି ପାଠାଗାର ପକ୍ଷରୁ ସ୍ୱର୍ଗତ ସୁରେଶ ନନ୍ଦଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ରବିରାମ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଡ଼ିଗ୍ରୀ କଲେଜ ଅଧକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ, ମୁଖ୍ୟବକ୍ତା ଭାବେ ସତ୍ୟବାଦୀ ହାଇସ୍କୁଲ ଧଣ୍ଡାମାଲର ଓଡ଼ିଆ ଶିକ୍ଷକ ତଥା ବିଶିଷ୍ଟ କବି କଣ୍ଡୁରି ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ବନ୍ଧପଡା ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଯୋଗେଶ୍ୱର ନାଏକ ଯୋଗ ଦେଇଥିଲେ । କବିରାଜ ଭୋଇ କବିତା ସଂଯୋଜନା କରିଥିବା ବେଳେ ପଞ୍ଚାନନ ଭୋଇ ମଞ୍ଚ ପରିଚାଳନା କରିଥିଲେ । ଅକ୍ଷୟ ଚୌଧୁରୀ, କୈଳାସ ଭୋଇ, ପ୍ରଶାନ୍ତ ତ୍ରିପାଠୀ, ରଞ୍ଜନ ପାଣିଗ୍ରାହୀ, ଦୁର୍ବାଦଳ ଘିବେଲା, ପୁର୍ଣ୍ଣଚନ୍ଦ୍ର ମେହେର, ରାହାସ ବିହାରୀ ଭୋଇଙ୍କ ସହ ବହୁ କବି କବିତା ପାଠ କରିଥିଲେ ।

yuvodaya
Leave A Reply

Your email address will not be published.